ବଣାଇଁ,୨୪।୫(ସ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁଗଡ଼ ମହାବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଯୁକ୍ତ ଦୁଇ ବିଜ୍ଞାନର ଜଣେ ଛାତ୍ର ପରୀକ୍ଷା ଦେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲହୁଣୀପଡା ଥାନାର ଜୁନିଆଣି ଗ୍ରାମର ଏମ୍ଡି ଅରବାଜ୍।
ପରୀକ୍ଷା ସାରିବାକୁ ଆଉ ୧୫ ମିନିଟ ବାକି ଥିବାବେଳେ ହଟାତ କ୍ଳାସ ରୁମ୍ରେ ପଡ଼ିଯାଇଥିଲେ ଅରବାଜ୍। ତାଙ୍କୁ ତୁରନ୍ତ ବଣାଇ ଚିକିତ୍ସାଳୟକୁ ଅଣାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତର କାରଣ ଅସ୍ପଷ୍ଟ ରହିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହୃଦ୍ଘାତ ଯୋଗୁ ଏମିତି ହୋଇ ଥାଇପାରେ ବୋଲି ସନ୍ଧେହ କରାଯଉଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି ଡାକ୍ତର କହିଛନ୍ତି।