Advertisement

ଫି’ ବୃଦ୍ଧି ନେଇ ଆନ୍ଦୋଳନରେ ବସିଲେ ଛାତ୍ରୀଛାତ୍ର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ପ୍ରଥମ ବର୍ଷର ଛାତ୍ରୀଛାତ୍ର ବିଭିନ୍ନ ଦାବି ନେଇ ବୁଧବାର କ୍ୟାମ୍ପସ୍‌ର ଗେଟ ବନ୍ଦ କରି ଧାରଣା ଦେଇଛନ୍ତି। ଫର୍ମ ଫିଲପ ପାଇଁ ମାତ୍ର ଦୁଇଦିନ ସମୟ ଦିଆଯାଇଛି। ଏଥିସହିତ ଚଳିତବର୍ଷ ଫି’ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ଚାରୋଟି ବିଭାଗ ଜୁଲୋଜି, ମ୍ୟାଟିରିଆଲ ସାଇନ୍ସ, ସଂସ୍କୃତ, ଓଡ଼ିଆ, ଇଂରାଜୀ ବିଭାଗରେ ପ୍ରଥମ ଓ ଦ୍ୱିତୀୟ ବର୍ଷ ପାଇଁ ୩୦୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ପଢ଼ିଥାନ୍ତି। କ୍ୟାମ୍ପସ୍‌ରେ ହଷ୍ଟେଲ ଥାଇ ମଧ୍ୟ ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ରହିବାକୁ ଦିଆଯାଉନାହିଁ। ଉନ୍ନତମାନର ଲାଇବ୍ରେରୀ, ଲାବୋରୋଟୋରୀରେ ସମସ୍ତ ଜିନିଷ ଉପଲବ୍ଧ ରହିବାକୁ ଦାବି କରିଛନ୍ତି ଛାତ୍ରୀଛାତ୍ର। ସେହିପରି ସମସ୍ତ ବିଭାଗ ପାଇଁ ଅଧ୍ୟାପକ, ଅଧ୍ୟାପିକା ନ ଥିବାରୁ ପାଠପଢାରେ ବ୍ୟାହତ ସୃଷ୍ଟି ହେଉଛି। ଏନେଇ କ୍ୟାମ୍ପସର ନିର୍ଦ୍ଦେଶକଙ୍କ ନିକଟରେ ଏସବୁ ସମସ୍ୟା ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ଏନେଇ କ୍ୟାମ୍ପସର ଭିସି ଙ୍କୁ ଅବଗତ କରିବା ସହ ଅନ୍ୟ ସମସ୍ୟାର ସମାଧାନ କରାଯିବ ବୋଲି କ୍ୟାମ୍ପସର ନିର୍ଦ୍ଦେଶକ କହିଛନ୍ତି।

ସବୁ କ୍ଷେତ୍ରରେ ଏହି କ୍ୟାମ୍ପସକୁ ଅବହେଳା କରାଯାଇ ଆସୁଥିବାରୁ ନାମ ଲେଖାଇ ଥିବା ଛାତ୍ରୀ ଛାତ୍ର ମାନେ ବହୁ ପାଠ ପଢ଼ାରେ ବହୁ ଅସୁବଧା ଭୋଗୁଛନ୍ତି। ଏ ନେଇ ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଆଗାମୀ ଦିନରେ ମେଧାବୀ ଛାତ୍ରୀଛାତ୍ର ଆସିବା ନେଇ ସନ୍ଦେହ ସୃଷ୍ଟି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share