ଗାଁକୁ ମାଡ଼ୁଛି ସୁବର୍ଣ୍ଣରେଖା

ବାରିପଦା ଅଫିସ,୨୦ା୧୦- ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ଏହି ନଦୀ ମୟୂରଭଞ୍ଜ ଜିଲାର ଦୁଇଟି ବ୍ଲକ ମଧ୍ୟଦେଇ ବହି ଯାଉଥିବା ବେଳେ କୂଳକ୍ଷୟ ଯୋଗୁ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି। ଫଳରେ ନଦୀକୂଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା ବେଳେ ବହୁ ଚାଷଜମି ବାଲିଚର ହୋଇଯାଇଛି ା ଆଡ଼ିବନ୍ଧ ନିର୍ମାଣ କରା ନ ଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ଗ୍ରାମ ନଦୀଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା
୩୯୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ସୁବର୍ଣ୍ଣରେଖା ନଦୀ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ନିକଟସ୍ଥ ପିସ୍‌କା ଅଞ୍ଚଳରୁ ବାହାରିଛି ା ଏହି ନଦୀ ରାଞ୍ଚିି, ସରେଇକେଲା, ଖରସୁଆଁ, ସିଂହଭୂମି ଜିଲା ଦେଇ ପଶ୍ଚିମବଙ୍ଗର ମେଦିନପୁରରେ ପ୍ରବେଶ କରିଛି ା ୮୩ କି.ମି. ଧରି ପଶ୍ଚିମବଙ୍ଗରେ ପ୍ରବାହିତ ହେବା ପରେ ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ୭୯ କି.ମି ଦେଇ ବଙ୍ଗୋପସାଗରରେ ମିଶିଛି ା ମୟୂରଭଞ୍ଜ ଜିଲାର ସାରସକଣା ଓ ରାସଗୋବିନ୍ଦପୁର ବ୍ଲକ ଦେଇ ପ୍ରବାହିତ ହୋଇଥିବା ଏହି ନଦୀ ପ୍ରତିବର୍ଷ ବର୍ଷାଦିନେ ଉଛୁଳି ପଡ଼ିବା ସହ କୂଳ ଖାଇଥାଏ ା ରାସଗୋବିନ୍ଦପୁର ବ୍ଲକ ଗୋଡ଼ିଘାଟି ପଞ୍ଚାୟତର ଟିକାୟତପୁର,ବନ୍ଧମୁଣ୍ଡି, ତମ୍ବାଖୁରି, ବରହମପୁରା ଓ ଗୋଡ଼ଘାଟି ଗ୍ରାମ ନଦୀ କୂଳରେ ଅବସ୍ଥିତ। ବର୍ଷାଦିନେ ନଈବଢି ହେଲେ ଟିକାୟତପୁର ଓ ବନ୍ଧମୁଣ୍ଡି ଗ୍ରାମରେ ଉଦବୃତ୍ତ ବନ୍ୟାଜଳ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ କରିଥାଏ। ସେହିପରି ସାରସକଣା ବ୍ଲକ ଶୀର୍ଷା ପଞ୍ଚାୟତର ରୁଗୁଡ଼ିସାହି, ନୂଆସାହି, କୁଲସାହି, ମାଲିସାହି, ବେଢ଼ାପାଳ, ତୁଟାସାହି, ଧରାସାହି ଏବଂ ପାଣ୍ଡରା ପଞ୍ଚାୟତର ପାଣ୍ଡରା ଓ ରଳାସାହି ଗ୍ରାମର ଲୋକେ ନଦୀ କୂଳରେ ରହିଛନ୍ତି। ବର୍ଷାଦିନେ ନଦୀରେ ପାଣି ବଢ଼ିଲେ କୂଳବାସୀ ଭୟଭୀତ ହୋଇ ଗାଁର ଉପରମୁଣ୍ଡକୁ ସ୍ଥାନାନ୍ତର ହୋଇଥାନ୍ତି। ପାଣ୍ଡରା ଗ୍ରାମ ବାଲି ସୈରାତରୁ ମାତ୍ରାଧିକ ବାଲି ଉତ୍ତୋଳନ ଦ୍ୱାରା ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଗ୍ରାମର ଧୀରେନ ଚନ୍ଦ୍ର କଲିଆ, ସୁଧୀର ମଣ୍ଡଳ, ବୈକୁଣ୍ଠ ପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଅନେକ ସ୍ଥାନରୁ ଚୋରାରେ ବେଆଇନ ବାଲି ଉତ୍ତୋଳନ ହେଉଥିବାରୁ ନଦୀଶଯ୍ୟା କ୍ଷୟ ହୋଇ ବନ୍ଧବାଡ଼ ପ୍ରତି ବିପଦ ସୃଷ୍ଟି କରୁଛି। ଏପରିକି ବାଲି ପରିବହନ କରିବା ପାଇଁ ଲିଜଧାରୀମାନେ ନଦୀର ଆଡ଼ିକୁ ମେଶିିନ ସାହାଯ୍ୟରେ ସମତୁଲ କରୁଥିବାରୁ ବର୍ଷାଦିନେ ନଦୀର ଉଦ୍‌ବୃତ୍ତ ଜଳ ଗାଁ ମଧ୍ୟରେ ପ୍ରବେଶ କରୁଛି। ୧୦ବର୍ଷ ମଧ୍ୟରେ ନଦୀକୂଳ ଖାଇବାରୁ ପ୍ରାୟ ୪ ଶହ ମିଟର ଗାଁ ଅଭିମୁଖେ ନଦୀଟି ମାଡ଼ି ଆସିଛି ବୋଲି ରୁଗୁଡ଼ିସାହିର ରଇଦାସ ମାଝି, ଶୁକ୍ରା ହେମ୍ବ୍ରମ, ଜଗଦୀଶ ପାତ୍ର ପ୍ରକାଶ କରିଛନ୍ତି ା ତେବେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ କିଛି ବର୍ଷ ମଧ୍ୟରେ ଧରାସାହି ଓ ରଳାସାହି ଗ୍ରାମଟି ନଦୀ ଗର୍ଭରେ ଲୀନ ହେବ ବୋଲି ଗ୍ରାମବାସୀ ବୁଧିଆ ସିଂ ଓ ଭଗବାନ ସିଂ କହିଛନ୍ତି। ବେଆଇନ ବାଲି ଉତ୍ତୋଳନକୁ ରୋକିବା ସହ ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri