କାର୍ଯ୍ୟକ୍ଷମ ହୋଇପାରୁନି ଉପଖଣ୍ଡ ମାତୃ ଶିଶୁ ଭବନ

ପାଲଲହଡା, ୮।୫(ଡି.ଏନ.ଏ.): ପାଲଲହଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ ଭବନ କାର୍ଯ୍ୟ ଶେଷ ହେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବର୍ଷକ ମଧ୍ୟରେ କାର୍ଯ୍ୟ ସାରିବାକୁ ଠିକା ସଂସ୍ଥା ଚୁକ୍ତି କରିଥିବା ବେଳେ ୩ ବର୍ଷ ପରେ ମଧ୍ୟ ନିର୍ମାଣ ଜାରି ରହିଛି।
ପ୍ରକାଶ ଯେ, ୬ କୋଟି ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ମାତୃ ଓ ଶିଶୁଭବନ ନିର୍ମାଣ ପାଇଁ ୨୦୧୯ ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଭୁବନେଶ୍ୱର ଏକ ଠିକା ସଂସ୍ଥାକୁ ଏଥିପାଇଁ ଚୟନ କରାଯାଇଥିଲା। ଉକ୍ତ ଠିକା ସଂସ୍ଥା ୨୮ ମାର୍ଚ୍ଚ ୨୦୧୯ରେ କାମ ଆରମ୍ଭ କରି ୧ ଜୁନ ୨୦୨୦ ମଧ୍ୟରେ ଶେଷ କରିବ ବୋଲି ପୂର୍ତ୍ତ ବିଭାଗ ସହ ଚୁକ୍ତି କରିଥିଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସରୁନାହିଁ I ଅପରପକ୍ଷରେ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟର ଅବଧିକୁ ବାରମ୍ବାର ବୃଦ୍ଧି କରାଯାଉଛି। ଏ ସମ୍ପର୍କରେ ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି, କାମ ଶେଷ ପର୍ଯ୍ୟାୟରେ ରହିଛି। ମେ’ ମାସ ଶେଷ ସୁଦ୍ଧା ଏହା ହସ୍ତାନ୍ତର କରାଯିବ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି, କାର୍ଯ୍ୟରେ ବିଳମ୍ବ ପାଇଁ ଠିକା ସଂସ୍ଥାକୁ ବାରମ୍ବାର ତାଗିଦ୍‌ କରାଯାଇଛି। ସରକାରୀ ନିୟମ ମୁତାବକ ବିଳମ୍ବ ପାଇଁ ପ୍ରାପ୍ୟରୁ ପେନାଲଟି କଟାଯିବା ପାଇଁ ଲେଖାଯାଇଛି। ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଡ୍ୟୁଟି କରିବାକୁ ଯାଉଥିଲେ, ବାଟରେ ଛକି ବସିଥିଲା ଯମ

ଅନୁଗୋଳ,୨୦।୧୨: ଡ୍ୟୁଟି ପାଇଁ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅନୁଗୋଳ...

୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର

ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ...

ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ଅନୁଗୋଳ,୨୯।୧୧: ଅନୁଗୋଳ ଜିଲା ବାଗଡ଼ିଆ ଥାନା ବାଗଡିଆ ଗାଁରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଜଣେ ବ୍ୟକ୍ତି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି।...

ମୃତଦେହ ଆସିବାକୁ ଅପେକ୍ଷା କରିଥିବାବେଳେ ଘରୁ ଡକାୟତି

ବଇଣ୍ଡା, ୨୭ା୧୧ (ପରିକ୍ଷିତ ସାହୁ): ଦୁର୍ଘଟଣାରେ ଜଣେ ସଦସ୍ୟ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଖବରପାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ବନ୍ଧୁବାନ୍ଧବ...

କ’ଣ ପଦେ କହିଦେଲେ ବୋଲି…ଜନ୍ମକଲା ବୃଦ୍ଧା ମା’ଙ୍କୁ ପିଟି ପିଟି ମାରିଦେଲେ ପୁଅ

ଅନୁଗୋଳ,୨୪।୧୧( ମାନସ ବିଶ୍ୱାଳ)- ସାମାନ୍ୟ ପାଟି ତୁଣ୍ଡକୁ ନେଇ ମା’କୁ ହତ୍ୟା। ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ...

ସ୍କୁଲ ସମୟରେ ବଜାରରୁ ଆଳୁ ବୋହିଲେ ଛାତ୍ର

ଅନୁଗୋଳ,୯ା୧୧(ଜ୍ୟୋତିରଞ୍ଜନ ସାହୁ):ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ୨ ଜଣ ଛାତ୍ର ସାଇକେଲ ନେଇ ବଜାର ଯିବା ସହ ମଧ୍ୟାହ୍ନଭୋଜନ ପାଇଁ ବସ୍ତାରେ ଆଳୁ କିଣି ଆଣିବା...

ଭାରପ୍ରାପ୍ତ ଅଧିକାରୀଙ୍କୁ ନେଇ ଚାଲିଛି ଉପଖଣ୍ଡ ପ୍ରଶାସନ

ଆଠମଲ୍ଲିକ, ୩।୧୧ (ଉଦୀପ୍ତ ପୁରୋହିତ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଥିବା ବିଭିନ୍ନ ବିଭାଗରୁ ଅଧିକାରୀଙ୍କ ବଦଳି ହେଉଛି। କେତେଜଣଙ୍କୁ ପଦୋନ୍ନତି ଦିଆଯାଇ ଅନ୍ୟତ୍ର ନିଆଯାଉଛି।...

ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ

ଅନୁଗୋଳ, ୩।୧୧(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri