ଆସିଲା ‘ସୁଭଦ୍ରା’ଗାଇଡଲାଇନ୍‌: ଏତିକି ରହିଛି ବୟସସୀମା, କେଉଁମାନେ ପାଇବେନି, ସମସ୍ତ ସୂଚନା ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର,୨୬।୮: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍‌ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ। ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ।

୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ଏହି ଯୋଜନା ପାଇବେନି। ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ମିଳିବନି। ସେହିପରି ବର୍ତ୍ତମାନ କିମ୍ବା ପୂର୍ବତନ ଏମ୍‌ପି/ବିଧାୟକ ହୋଇଥିଲେ , ଆୟକର ଦେଉଥିଲେ, ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ଏହି ଯୋଜନା ମିଳିବନି। ଏଥିସହ କେନ୍ଦ୍ର ଏବଂ ରାଜ୍ୟ ସରକାର ଚାକିରି ବା ପେନସନ ପାଇଥିଲେ ଏବଂ ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଏହି ଯୋଜନା ପାଇବେନି।

ସୁଭଦ୍ରା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ। ଅଫଲାଇନ୍‌ ଫର୍ମ ପୂରଣ ବା ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri