ସୁଇସାଇଡ୍‌ ନୋଟ୍‌ ଛାଡିଯାଇଛନ୍ତି ନିତିନ ଦେଶାଇ

ବଲିଉଡର କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚାହାଁନ୍ତି। ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ବର୍ତ୍ତମାନ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ଜୀବନ ନେବା ପୂର୍ବରୁ ନିତିନ ଏକ ରେକର୍ଡ ହୋଇଥିବା ଆତ୍ମହତ୍ୟା ବାର୍ତ୍ତା ଛାଡିଛନ୍ତି। ଏଥିରେ ସେ ୪ ଜଣଙ୍କ ନାମ ନେଇଛନ୍ତି, ଯେଉଁମାନେ ହୁଏତ ତାଙ୍କୁ ଆତ୍ମହତ୍ୟା କରିବାକୁ ଉତ୍ସାହିତ କରିଥିବେ। ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ ନିତିନ ଦେଶାଇ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ଯାହାଙ୍କ ନାମ ନିତିନ ତାଙ୍କ ରେକର୍ଡିଂ ସୁଇସାଇଟ୍‌ ନୋଟ୍‌ରେ ନେଇଛନ୍ତି, ନିତିନଙ୍କ ମୋବାଇଲରେ ସେମାନଙ୍କ ନାମରେ ନମ୍ବର ସେଭ ହୋଇଛି। ଏହି ସଂପର୍କରେ ଫୋରେନସିକ ଟିମ ତାଙ୍କ ଫୋନରୁ ପ୍ରମାଣ ଖୋଜିବାକୁ ଚେଷ୍ଟା କରୁଛନ୍ତି। ନିତିନଙ୍କ ନାଁରେ ୨୫୦ କୋଟି ଋଣ ଥିଲା।

Share