Posted inରାଜ୍ୟ

ଇତିହାସର ସ୍ବାକ୍ଷର ବହନ କରୁଛି ସୂର୍ଯ୍ୟଘଡ଼ି

୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ ଶାସନ ପ୍ରାସ୍ତବ ଆଗତ କରିଥିଲେ। ତେବେ ଏହା ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାଠାରେ ୧୮୬୯ ମାର୍ଚ୍ଚ ୧୦ରେ ପ୍ରତିଷ୍ଠା ହୋଇଥିଲା। ଆଖପାଖ ୬.୪୭ ବର୍ଗ କିଲୋମିଟର ମଧ୍ୟରେ ଥିବା ୧୪ଟି ପଡା ଗ୍ରାମକୁ ନେଇ ଗଠିତ ଏହି ମ୍ୟୁନିସିପାଲିଟିରେ ୧୮୮୭ରେ ଲୋକାଲ ବୋର୍ଡ ଗଠନ ହୋଇଥିଲା। ପ୍ରଥମ ଥର ୱାର୍ଡ କାଉନସିଲର ନିର୍ବାଚନ ୧୯୧୧ରେ ଅନୁଷ୍ଠିତ ହୋଇଥିଲା। ୧୮୮୫- ୮୬ ରେ ଏହାର ଲୋକସଂଖ୍ୟା ମାତ୍ର ୧୫,୭୧୯ ଥିଲା। ସମ୍ପ୍ରତି ଏହି ମ୍ୟୁନିସିପାଲିଟି ପରିବର୍ଦ୍ଧିତ ହୋଇ ୨୧ ୱାର୍ଡରେ ପରିଣତ ହୋଇଛି। ସେହିପରି ଲୋକ ସଂଖ୍ୟା ୫୪ ହଜାରରୁ ଅଧିକରେ ପହଞ୍ଚତ୍ଛି। ୧୫୨ ବର୍ଷର ଏହି ମ୍ୟୁନିସିପାଲିଟି ମଧ୍ୟରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ମନ୍ଦିର ରହିଛି। ମହିଳାଙ୍କୁ ଶିକ୍ଷା ଦେବା ପାଇଁ ଓଡ଼ିଶାର ପ୍ରଥମ ଫେଜର ବାଳିକା ବିଦ୍ୟାଳୟ ଏଠାରେ ଅଛି। ଏହାବ୍ୟତୀତ ଡାଇମଣ୍ଡ ଜୁବୁଲି ପାଠାଗାର, ସୂର୍ଯ୍ୟ ଘଡି ଆଦି ଇତିହାସର ସ୍ବାକ୍ଷର ବହନ କରୁଛି। ଏବେ ବି ଜଳ ନିଷ୍କାସନ, ରାସ୍ତା, ଟ୍ରାଫିକ୍‌ ସମସ୍ୟା ମଧ୍ୟରେ ସହରବାସୀ ଜୀବନ ଅତିବାହିତ କରୁଛନ୍ତି।
– ଜଗନ୍ନାଥ ଧଳ


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର ୪/୧: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ...

ଖାନ୍ନଗରର ପଞ୍ଚାମୁଖୀ ହନୁମାନ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ନେଇଗଲେ

କଟକ,୩।୧: ଶୁକ୍ରବାର ବିଳମ୍ବିତ ରାତିରେ କଟକ ଜିଲାର ମଧୁପାଟଣା ପୋଲିସ ଷ୍ଟେସନ ଅନ୍ତର୍ଗତ ଖାପୁରିଆ ଖାନ୍ନଗରର ପଞ୍ଚାମୁଖୀ ହନୁମାନ ମନ୍ଦିରରୁ ଦୁର୍ବୁତ୍ତମାନେ ହୁଣ୍ଡି ଏବଂ ଅଳଙ୍କାର...

କମୁଛି ରାତ୍ରି ତାପମାତ୍ରା; ୧୦ ଡିଗ୍ରୀ ତଳେ ୯ ସହର

ଭୁବନେଶ୍ୱର,୪।୧: ପଶ୍ଚିମା ଝଡ଼ ପ୍ରଭାବରେ, ବର୍ତମାନ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ୯ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ...

୮ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୪।୧: ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ଜାନୁଆରୀ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସିଧାସଳଖ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୪।୧: ଶନିବାର ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ଯାଏ...

ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୪/୧(ଅନିଲ ଦାସ):ରାଜ୍ୟ ସରକାର ଗତ ଡିସେମ୍ବରରେ ହୋଇଥିବା ‘ଅଦିନିଆ ବର୍ଷା’କୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଫସଲ କ୍ଷୟକ୍ଷତିକୁ...

ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦ ୬ରେ ବିଜେଡିର ଗଣବିକ୍ଷୋଭ

ଭୁବନେଶ୍ୱର,୩ା୧(ଅନିଲ ଦାସ): ଅତ୍ୟାବଶ୍ୟକ ଜିନିଷର ଅହେତୁକ ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି ଓ ରାଜ୍ୟ ସରକାର ଦରଦାମ୍‌ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ବିଜେଡି...

ବରଗଡ ଧନୁଯାତ୍ରା ମହୋତ୍ସବ ଉଦଘାଟିତ: ଉଗ୍ରସେନ ଗାଦିଚ୍ୟୁତ, ଚାଲିଲା କଂସ ରାଜୁତି

ବରଗଡ଼, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ଉଦଘାଟିତ ହେଇଛି। ବରଗଡ଼ ଲୋକସଭା ସାଂସଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri