Categories: ଜାତୀୟ

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮ା୭: ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ରେକର୍ଡ ହୋଇଥିବା ଭୋଟ୍‌କୁ ଭୋଟର ଭେରିଫାଏବ୍ଲ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ସହ ଭୋଟରମାନଙ୍କ ଦ୍ୱାରା ପୁନଃ ଯାଞ୍ଚ ପାଇଁ ଏକ ଏନ୍‌ଜିଓ ପକ୍ଷରୁ ଦାଏର ପିଟିଶନ ଉପରେ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନ (ଇସି)ଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ବେଲା ଏମ୍‌. ତ୍ରିବେଦୀଙ୍କ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି ନ କରି ଏନ୍‌ଜିଓ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ଦାଏର ପିଟିଶନର ଏକ ନକଲ ନିର୍ବାଚନ କମିଶନ୍‌ର ସ୍ଥାୟୀ ପରିଷଦକୁ ପଠାଇବାକୁ କହିଥିଲେ। ଇସିଙ୍କୁ ୩ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି। ଏହା ସନ୍ଦେହ ଆଧାରିତ ମାମଲା ବୋଲି ଆମେ ଭାବୁଛୁ। ଏଭଳି କୌଣସି ସମସ୍ୟା ଯଦି ଥାଏ, ତେବେ ସେଗୁଡ଼ିକର ସମାଧାନ ପାଇଁ ଇସିଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। ଇସି ପଦକ୍ଷେପ ନେବା ନେଇ ଆମେ ନିଶ୍ଚିତ ବୋଲି ଖଣ୍ଡପୀଠ କହିଛନ୍ତି। ସେଥିପାଇଁ ଇସିଙ୍କୁ ନୋଟିସ ଜାରି ନ କରି ଏନ୍‌ଜିଓ ତରଫରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କେବଳ ଏନ୍‌ଜିଓ ପିଟିଶନର ନକଲ ଦେବା ପାଇଁ କହିଥିଲେ।

Share