Posted inଜାତୀୟ

ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧୦: ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ କେନ୍ଦ୍ରର ଅଧିକାରକୁ ୮:୧ ଅନୁପାତରେ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ବୁଧବାର ଏହାର ରାୟ ପ୍ରଦାନ କରି କହିଛନ୍ତି, ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ରାଜ୍ୟର ରହିଛି। ଏହା ଉପରେ କେନ୍ଦ୍ରର ନିୟାମକ ଶକ୍ତି ନାହିଁ।

ସିନ୍ଥେଟିକ୍ସ ଏବଂ କେମିକାଲ୍ସ ମାମଲାରେ ସାତଜଣିଆ ବିଚାରପତି ସାମ୍ବିଧାନିକ ବେଞ୍ଚର ୧୯୯୦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୧୯୯୦ରେ, ସାମ୍ବିଧାନିକ ବେଞ୍ଚ କେନ୍ଦ୍ର ସପକ୍ଷରେ ଏହାର ରାୟ ଦେଇଥିଲା।

ଏହି ରାୟ ପ୍ରଦାନ କରି ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ ଆଇନ ପ୍ରଣୟନ କରିବାର ରାଜ୍ୟ ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ। ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲର ଉତ୍ପାଦନ ଏବଂ ଯୋଗାଣ ସଂପର୍କରେ ମଧ୍ୟ ରାଜ୍ୟଗୁଡ଼ିକର ନିୟମ ପ୍ରସ୍ତୁତ କରିବାର ଅଧିକାର ଅଛି।

ଏହି ନିଷ୍ପତ୍ତିରେ କୁହାଯାଇଛି ଯେ, ଗ୍ରାହକମାନେ ଖାଉଥିବା ମଦ ସହ ଜଡିତ ରାଜ୍ୟମାନଙ୍କର ଆଇନଗତ ଶକ୍ତି ରହିଛି। ସେହିଭଳି, ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲକୁ ମଧ୍ୟ ନିୟନ୍ତ୍ରଣ କରିବାର ରାଜ୍ୟଗୁଡିକର ଅଧିକାର ରହିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା: କହିଲେ ପ୍ରଥମଥର ମୁଁ…

ଥିରୁଭାନନ୍ତପୁରମ୍‌,୨୩।୧୦: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଓ୍ବାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ସୋନିଆ ଗାନ୍ଧୀ, ଦଳର...

ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର

ମୁମ୍ବାଇ,୨୩।୧୦: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।...

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’ କହିଲେ ଯୁବକ: ଜାଣନ୍ତୁ କ’ଣ କରିଥିଲେ ଦୋଷ

ଭୋପାଳ, ୨୩।୧୦:ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ ଥାନାରେ...

ହାସିନାଙ୍କ ପାଇଁ ବାଂଲାଦେଶରେ ପୁଣି ବଢିଲା ଉତ୍ତେଜନା, ବିପଦରେ ରାଷ୍ଟ୍ରପତି ଆସନ!

ଢାକା,୨୩।୧୦: ଶେଖ ହାସିନା ବାଂଲାଦେଶ ଛାଡିଛନ୍ତି। ବର୍ତ୍ତମାନ ସେ ଭାରତରେ ଅଛନ୍ତି। କିନ୍ତୁ ତାଙ୍କ ପାଇଁ ବାଂଲାଦେଶରେ ପୁଣି ଥରେ ଉାତ୍ତଜନା ଦେଖାଦେଇଛି। ସେ ତାଙ୍କ...

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ମୁମ୍ବାଇ,୨୩।୧୦: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି।...

ନଭେମ୍ବର ୪ରେ ଆରମ୍ଭ ହେବ ଜମ୍ମୁ-କଶ୍ମୀର ବିଧାନସଭା ଅଧିବେଶନ, ଭାଜପାକୁ ମିଳିପାରେ ଉପ ବାଚସ୍ପତି ପଦ

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ନଭେମ୍ବର ୪ରୁ ଆରମ୍ଭ ହେବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଙ୍ଗଳବାର ଅଧିବେଶନ ନେଇ ଘୋଷଣା କରିଛନ୍ତି। ଲେଫ୍ଟନାଣ୍ଟ...

ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ…

ମୁମ୍ବାଇ,୨୩।୧୦:ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶାସକ ଦଳ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଗାଡି ସିଟ୍‌ ବୁଝାମଣାକୁ...

ବନ୍ଦ ହୋଇଯିବ ସମସ୍ତ ମାଗଣା ସରକାରୀ ଯୋଜନା! ମାଗଣାରେ ମିଳୁଥିବା ରାଶନ ବି….

ନୂଆଦିଲ୍ଲୀ, ୨୩।୧୦: ଦିପାବଳୀ ପୂର୍ବରୁ ସମସ୍ତଙ୍କୁ ଝଟ୍‌କା ଦେବାଭଳି ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ହଁ, ଯଦି ଏହା ଠିକ୍‌ ତେବେ ଶୀଘ୍ର ସମସ୍ତ ମାଗଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri