Categories: ଜାତୀୟ

ପଞ୍ଜାବ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, କହିଲେ ଅଟକି ରହିଥିବା ବିଲ୍‌କୁ ତୁରନ୍ତ ମଞ୍ଜୁରୀ ଦିଅନ୍ତୁ

ନୂଆଦିଲ୍ଲୀ,୧୦।୧୧: ପଞ୍ଜାବ ସରକାରଙ୍କର ଦ୍ୱାରା ଜୁନ୍‌ରେ ଡକାଯାଇଥିବା ବିଧାନସଭା ଅଧିବେଶନ ଅଧିବେଶନକୁ ସୁପ୍ରିମକୋର୍ଟ ବୈଧ ବିବେଚିତ କରିଛନ୍ତି। ସେହିପରି ବିଧାନସଭା ଦ୍ବାରା ପାରିତ ହୋଇଥିବା ବିଲକୁ ପଞ୍ଜାବ ରାଜ୍ୟପାଳ ବନବାରି ଲାଲ ପୁରୋହିତ ଅନୁମୋଦନ ନ କରିଥିବାରୁ ସୁପ୍ରିିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛରିନ୍ତି । ରାଜ୍ୟପାଳଙ୍କୁ ତତ୍କାଳ ବିଲଗୁଡିକୁ ମଞ୍ଜୁର କରିବା ପାଇଁ କୋର୍ଟ କହିଛନ୍ତି। ଶୁଣାଣି ସମୟରେ ରାଜ୍ୟପାଳଙ୍କୁ କୋର୍ଟ କହିଛନ୍ତି, ଆପଣ ନିଆଁ ସହିତ ଖେଳୁଛନ୍ତି । ଏହା ହେଉଛି ଗଣତନ୍ତ୍ର । ଜନ ପ୍ରତିନିତିଧୀଙ୍କ ଦ୍ବାରା ପାରିତ ହୋଇଥିବା ବିଲକୁ ଏଭଳି ଅଟକା ଯାଇପାରିବରି ନାହିଁ । ଏଭଳି ସ୍ଥଳରେ ଆପଣ କହିପାରିବେ ନାହିଁ ଯେ, ବିଧାନସଭା ଅଧିବେଶନ ଭୁଲ ଥିଲା।

Share