ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ

ଇସଲାମାବାଦ,୨୨ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବୁଧବାର ପାକିସ୍ତାନର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଜାମିନ ଆବେଦନକୁ ଗ୍ରହଣ କରାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ରାଜ୍ୟ ରହସ୍ୟ ଲିକ୍‌ ଅଭିଯୋଗରେ ଅନ୍ୟ କୋର୍ଟ ତାଙ୍କ ଶୁଣାଣି ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି।

୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ସମୟରେ ବେଆଇନ ଭାବେ ରାଜ୍ୟ ଉପହାର ବିକ୍ରି କରିଥିବାରୁ ଇମ୍ରାନଙ୍କୁ ଅଗଷ୍ଟ ୫ରେ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ତାଙ୍କ ଓକିଲ କହିଛନ୍ତି, ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଉଭୟ ଦଳର ଯୁକ୍ତି ପରେ ପରବର୍ତ୍ତୀ ଶୁଣାଣିରେ ଏହି ନିଷ୍ପତ୍ତି ନିଆଯିବ ବୋଲି ଓକିଲ ନଇମ ପଞ୍ଜୁଥା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି।

Share