Categories: ଜାତୀୟ

କୋଭିଡ୍‌ ସହାୟତା ଲାଗି ଜାଲ୍‌ ମୃତ୍ୟୁ ପ୍ରମାଣପତ୍ର ଉଦ୍‌ବେଗ ଜଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୩(ପି.ଟି.): କୋଭିଡ୍‌-୧୯ରେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଥିବାବେଳେ ଏଥିପାଇଁ ଡାକ୍ତରମାନେ ଜାଲ୍‌ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରୁଥିବା ଜଣାପଡ଼ିଛି। ଏହାକୁ ନେଇ ସର୍ବୋଚ୍ଚ ଅଦାଲତ ସୋମବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ଜାଲିଆତିର ତଦନ୍ତ ଲାଗି ନିର୍ଦ୍ଦେଶ ଦେବାକୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନୁକମ୍ପାମୂଳକ ସହାୟତା ଦାବି କରିବା ଲାଗି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହେବା ଆବଶ୍ୟକ। ନଚେତ୍‌ ଆବେଦନ ପ୍ରକ୍ରିୟା ସବୁଦିନ ଚାଲିଥିବ ବୋଲି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ବି.ଭି. ନାଗରତ୍ନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମତ ଦେଇଛନ୍ତି।

Share