Categories: ଜାତୀୟ

ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୮: ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଭଳି ମାମଲା ନିର୍ବାଚନ ଆୟୋଗରେ ରଖାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ସିଧାସଳଖ ଶୁଣାଣି କରିପାରିବେ ନାହିଁ ସ୍ପଷ୍ଟ କରିଛନ୍ତି।
ଆବେଦନକାରୀଙ୍କ ତରଫରୁ ରାଜନୈତିକ ନୈତିକତା ଉପରେ ପ୍ରଶ୍ନ ଉଠାଇବାକୁ ନେଇ କୋର୍ଟ କହିଛନ୍ତି ଯେ, ଆମେ ଏଠାରେ ରାଜନୈତିକ ଦଳର ନୈତିକତା ଶୁଣାଣି କରିପାରିବୁ ନାହିଁ।
ଆବେଦନକାରୀ କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟରେ ‘ଇଣ୍ଡିଆ’ ସମ୍ବନ୍ଧୀୟ ଏକ ଆବେଦନ ବିଚାରାଧୀନ ଅଛି। ଏହା ଉପରେ କୋର୍ଟ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି।

Share