Categories: ଜାତୀୟ

ଶଙ୍କରାଚାର୍ଯ୍ୟ ଭାବେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅଭିଷେକକୁ ରୋକିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୦(ପି.ଟି.): ଉତ୍ତରାଖଣ୍ଡ ଜ୍ୟୋତିପୀଠର ନୂଆ ଶଙ୍କରାଚାର୍ଯ୍ୟ ଭାବେ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ଅଭିଷେକକୁ ସୁପ୍ରିମକୋର୍ଟ ବନ୍ଦ ରଖିଛନ୍ତି। ନୂଆ ଶଙ୍କରାଚାର୍ଯ୍ୟ ଭାବେ ଅଭିମୁକ୍ତେଶ୍ୱରାନନ୍ଦଙ୍କ ନିଯୁକ୍ତି ପ୍ରତି ଆନୁଷ୍ଠାନିକ ସମର୍ଥନ ନ ଥିବା ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଏକ ସତ୍ୟପାଠ ଜରିଆରେ ଜଣାଇଥିଲେ। ଏ ସମ୍ପର୍କରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଣାଇବା ପରେ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ବି.ଭି. ନାଗରତ୍ନଙ୍କ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ ପରେ ତାଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରାଯାଇଥିବା ଅଭିମୁକ୍ତେଶ୍ୱରାନନ୍ଦ ମିଛ ଦାବି କରିଆସୁଥିଲେ। ୨୦୨୦ରୁ ଏହି ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଥିଲା।

Share