Categories: ବାଣିଜ୍ୟ

ସୁଧ ଛାଡ଼ ପିଟିଶନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ବେଳେ ସୁଧ ଛାଡ଼ କରିବା ନେଇ ଅନେକ ପିଟିଶନ ସୁପ୍ରିମକୋର୍ଟରେ ପଡି ରହିଛି। ଚଳିତ ମାସ ୧୯ ତାରିଖଠାରୁ ଏହି ପିଟିଶନ ଉପରେ ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି ଆରମ୍ଭ କରିବେ ବୋଲି ଜଣାପଡିଛି। ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର୍‌.ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ଏମ୍‌.ଆର୍‌.ଶାହାଙ୍କୁ ନେଇ ୩ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରିବେ। ଏହି ପ୍ରସଙ୍ଗରେ ଶୁଣାଣି ଲାଗି ନଭେମ୍ବର ୧୮(ବୁଧବାର) ସମୟ ଧାର୍ଯ୍ୟ ହୋଇଥିଲ। ଶୁଣାଣିକୁ ସର୍ବୋଚ୍ଚ ନ୍ୟାୟାଳୟ ମୁଲତବୀ ରଖିଥିଲେ।

Share