ହାଇଦର ସହଯୋଗୀ ୟାକୁବଙ୍କ ଆତ୍ମସମର୍ପଣ: ଯୋଗାଉଥିଲେ ବିରିୟାନୀ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ହାଇଦରଙ୍କ ସହଯୋଗୀ ସଲୁ ଓରଫ ୟାକୁବ ସୋମବାର କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏସ୍‌ସିବିରେ ହାଇଦରଙ୍କୁ ବିରିୟାନୀ ଦେଇଥିଲେ ୟାକୁବ । ସେପଟେ ହାଇଦରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି କରିଛି କମିଶନରେଟ୍‌ ପୋଲିସ।
ହାଇଦର କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବାବେଳେ ୟାକୁବ ତାଙ୍କୁ ସେଠାରେ ଭେଟିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ୟାକୁବଙ୍କ କହିବାନୁଯାୟୀ, ଯୋବ୍ରା ରହେମାନ ଛକରେ ଥିବା ହାଇଦରଙ୍କ ଧରମପୁଅ ତାଙ୍କୁ ଦୁଇମାସ ତଳେ ବାପାଙ୍କ ସହିତ ପରିଚୟ କରାଇଥିଲେ। ସେଦିନ ମଙ୍ଗଳବାର ଥିଲା ବୋଲି ୟାକୁବ କହିଥିଲେ।
ଏବେ ହାଇଦର ଫେରାର ହୋଇଯାଇଛନ୍ତି। ତେଣୁ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଛି । ପୋଲିସକୁ ତଦନ୍ତରେ ସହାୟତା କରିବାକୁ ମଧ୍ୟ ପ୍ରସ୍ତୁତ ଥିବା ସେ କହିଛନ୍ତି। ହାଇଦର କେଉଁଠି ଅଛନ୍ତି ମୁଁ ଜାଣିନାହିଁ। ମୁଁ ଚାହୁଁନି ମୋ ପରିବାର ମୋ ପାଇଁ ଅସୁବିଧାରେ ପଡୁ। ତେଣୁ ମୁଁ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଛି ବୋଲି ୟାକୁବ କହିଥିଲେ । ତେବେ ୟାକୁବର ବୟାନର ଗୋଟିଏ ଦିନ ନ ପୂରୁଣୁ ସେ ଥାନାରେ ଆତ୍ମସମର୍ପଣ କରିଛି।

Share