ଯୁବ ପ୍ରତିଭାଙ୍କୁ ସମର୍ଥନ କରିବ ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଘଟଣା ତାଙ୍କ ପ୍ରଶଂସକଙ୍କ ସମେତ ପରିବାରକୁ ଖୁବ୍‌ ଆଘାତ ଦେଇଛି। ଏଥିପାଇଁ ପରିବାର ପୁଅ ନାମରେ ଏକ ଫାଉଣ୍ଡେଶନ ‘ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ସେମାନେ ଭଲପାଉଥିବା ଜିନିଷ ଯେପରିକି ବିଜ୍ଞାନ, ଖେଳ ଏବଂ ଫିଲ୍ମ ସହ ଜଡିତ ଯୁବ ପ୍ରତିଭାଙ୍କୁ ସମର୍ଥନ କରାଯିବ। ଏଥିସହ ସୁଶାନ୍ତଙ୍କ ପିଲା ଦିନ କଟିଥିବା ପାଟଣାର ରାଜୀବନଗର ଘରକୁ ଏକ ସ୍ମାରକୀରେ ପରିଣତ କରାଯିବ। ଏଠାରେ ସୁଶାନ୍ତଙ୍କ ବ୍ୟକ୍ତିଗତ ଜିନିଷକୁ ପ୍ରଶଂସକଙ୍କ ପାଇଁ ରଖାଯିବ। ଏଥିରେ ହଜାରେ ବହି, ତାଙ୍କ ଟେଲିସ୍କୋପ, ଫ୍ଲାଇଟ୍‌ ସିମୁଲେଟର ଆଦି ରହିବ।
ସେହିପରି ସୁଶାନ୍ତଙ୍କ ଇନ୍‌ଷ୍ଟାଗ୍ରାମ୍‌, ଟୁଇଟର ଏବଂ ଫେସ୍‌ବୁକ୍‌ ପେଜ୍‌କୁ ତାଙ୍କ ପରିବାର ଲୋକେ ବଜାୟ ରଖିବେ। ଏହା ଦ୍ୱାରା ତାଙ୍କ ସ୍ମୃତି ଜୀବିତ ରହିପାରିବ। ପରିବାର ଦ୍ୱାରା ଦିଆଯାଇଥିବା ଏକ ଶୁଭେଚ୍ଛା ବାର୍ତ୍ତାରେ ଏହି ସୂଚନା ଦିଆଯାଇଛି।

Share