ଆସନ୍ତା ୧୦ରେ ଜନତା ମଇଦାନରେ ହେବ ଭାଜପା ସରକାରର ଶପଥ ଗ୍ରହଣ ସମାରୋହ

ଭୁବନେଶ୍ୱର,୬।୬: ରାଜ୍ୟରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ଆଜି ଏ ନେଇ ସରକାରୀ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଏହି ଉତ୍ସବରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଭାଜପା ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ। ଭାଜପା ସଂସଦୀୟ ଦଳ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ତେବେ ଆସନ୍ତା ୯ ତାରିଖରେ ଭାଜପା ବିଧାୟକ ଦଳ ବୈଠକ ବସିବା ନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦଳ ସୂତ୍ରରୁ ସୂଚନା ମିଳିଛି।

 

Share