ଭଣ୍ଡାରିପୋଖରୀ,୮।୯(ସ୍ବ.ପ୍ର.): ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥର ଭଣ୍ଡାରିପୋଖରୀ ନିକଟରୁ ବୁଧବାର ସନ୍ଧ୍ୟାରେ ଏକ ବେଆଇନ ବାଲି ବୋଝେଇ ଗାଡ଼ିକୁ ସ୍ଥାନୀୟ ତହସିଲଦାର ଜବତ କରିଥିଲେ। ପରେ ଉକ୍ତ ଗାଡ଼ି ନେଇ ଚାଳକ ଫେରାର ହୋଇଯାଇଥିବା ତହସିଲଦାର ସରୋଜକାନ୍ତ ନାୟକ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଛନ୍ତି। ଏନେଇ ଥାନାରେ ଏକ ମାମଲା (ନଂ.୩୨୫/୨୨) ରୁଜୁ କରାଯାଇଛି।
ସୂଚନା ଅନୁଯାୟୀ, ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ହାଇଓ୍ବାକୁ ତହସିଲଦାର ନାୟକ ଜବତ କରିଥିଲେ। ହାଇଓ୍ବା ଚାଳକ ଏନେଇ ଦସ୍ତଖତ ସ୍ବୀକାରୋକ୍ତି କରିବା ସହ ଗାଡ଼ି ଚାବି ମଧ୍ୟ ତହସିଲଦାରଙ୍କୁ ହସ୍ତାନ୍ତର କରିଥିଲେ। ପରେ ଚାଳକ ଗାଡ଼ି ନେଇ କିପରି ଫେରାର ହେଲେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।