ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ତାଲିବାନ

କାବୁଲ,୧୯।୮: ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନ ଶାସନ ୨.୦। ଏଥିସହ ଦେଶକୁ ଫେରିଛି ପୁରୁଣା ଦିନର ଯନ୍ତ୍ରଣା। ଦିନ କେଇଟାରେ ତାଲିବାନମାନେ ନିଜ ଅସଲ ରୂପ ଦେଖାଇଛନ୍ତି। ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ତାଲିବାନ। କାବୁଲ ବିମାନବନ୍ଦରରେ ଦେଶ ଛାଡି ଯିବା ପାଇଁ ପ୍ରସ୍ତୁତ ଲୋକଙ୍କୁ ରୋକିବା ପାଇଁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ସେମାନଙ୍କ ଉପରକୁ ଗୁଳି ଚଳାଉଛନ୍ତି ତାଲିବାନ। ଗୁରୁବାର ମଧ୍ୟ ଏହି ଦୃଶ୍ୟ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ଲୋକମାନେ ଭୟରେ ଦୌଡି ଦୌଡି ପଳାଉଥିବା ମଧ୍ୟ ଦେଖାଯାଇଛି। ସୂଚନାଯୋଗ୍ୟ, ଆଫଗାନିସ୍ତାନକୁ ତାଲିବାନମାନେ କବ୍‌ଜା କରିବା ପରେ ଲୋକେ ନିଜ ଘରର ଜିିନି ନେବା ପରିବର୍ତ୍ତେ ଯେନତେନ ପ୍ରକାରେଣ ଦେଶ ଛାଡି ପଳାଉଛନ୍ତି।

Share