କାବୁଲ,୩୦।୧୨: ପାକିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ସୀମା ରେଖା ଥିବା ଡୁରାଣ୍ଡ ଲାଇନରେ ଯୁଦ୍ଧ ପରି ପରିସ୍ଥିତି ଉପୁଜିଛି। ଟିଟିପି ଆତଙ୍କବାଦୀଙ୍କ ଦ୍ୱାରା ୧୬ଜଣ ପାକିସ୍ତାନୀ ସେନାମାନଙ୍କୁ ହତ୍ୟା କରିବା ପରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକ୍ଟିକା ଏବଂ ଖୋଷ୍ଟ ପ୍ରଦେଶରେ ଏୟାର ଷ୍ଟ୍ରାଇକ କରିଥିଲା। ପାକିସ୍ତାନର ଏହି ଆକ୍ରମଣରେ ପ୍ରାୟ ୫୦ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନ ଦାବି କରିଛି ଯେ ଏହା ଟିଟିପି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି।
ଏହି ଆକ୍ରମଣରେ ରାଗିଯାଇ ତାଲିବାନ ଡୁରାଣ୍ଡ ଲାଇନରେ ପାକିସ୍ତାନୀ ସେନା ପୋଷ୍ଟ ଉପରେ ଆକ୍ରମଣ କରି ୧୯ ଜଣ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହା ବ୍ୟତୀତ ୨ଟି ପାକିସ୍ତାନୀ ପୋଷ୍ଟ କ୍ୟାପଚର କରିଥିବା ମଧ୍ୟ ଦାବି କରିଛି।
ସୂଚନାଯୋଗ୍ୟ, ଆଫଗାନିସ୍ତାନ ବ୍ରିଟିଶମାନଙ୍କ ଦ୍ୱାରା ଅଙ୍କିତ ଡୁରାଣ୍ଡ ଲାଇନକୁ ଗ୍ରହଣ କରେ ନାହିଁ। ଏହି କାରଣରୁ ଆରମ୍ଭରୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି ତିକ୍ତ ହୋଇ ରହିଛି। ବର୍ତ୍ତମାନ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବା ପରେ ଡୁରାଣ୍ଡ ଲାଇନ ପ୍ରସଙ୍ଗ ପୁଣି ଥରେ ଉଷ୍ମ ହୋଇଛି।