ହଟିଲା ତାଲିବାନର ଅଫିସିଆଲ ଓ୍ବେବ୍‌ସାଇଟ୍‌

ନୂଆଦିଲ୍ଲୀ,୨୧ା୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ତା’ର ଅଫିସିଆଲ ଓ୍ବେବ୍‌ସାଇଟ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟ୍‌ରୁ କେଉଁଆଡ଼େ ଗାଏବ ହୋଇଯାଇଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ତାଲିବାନ ପାଶ୍ତୋ ଦାରି, ଆରବୀ, ଊର୍ଦ୍ଦୁ ଏବଂ ଇଂରାଜୀରେ ଓ୍ବେବ୍‌ସାଇଟ ପରିଚାଳନା କରିଥାଏ। ଏହି ସମସ୍ତ ଓ୍ବେବ୍‌ସାଇଟ୍‌ ଏବେ ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି।

Share