ଦୋକାନ ଭିତରକୁ ପଶିଗଲା ଟ୍ୟାଙ୍କର

ପବିତ୍ରନଗର,୧ା୧ (ଡି.ଏନ.ଏ.): କଣିହାଁ ବ୍ଲକ ସମଲ ଥାନା ଗହମଠାରେ ଶୁକ୍ରବାର ସକାଳେ ଏକ ଟ୍ୟାଙ୍କର (ନଂ. ଏମଏଚ୪୮ଏଜି-୨୬୮୯) ଭାରସାମ୍ୟ ହରାଇ ୨ଟି ଦୋକାନ ଭିତରକୁ ପଶିଯାଇଛି। ଖମାରଆଡୁ ତାଳଚେର ଅଭିମୁଖେ ଯାଉଥିବା ଉକ୍ତ ଟ୍ୟାଙ୍କର ଗହମ ଗ୍ରାମ ବର ଛକ ବୁଲାଣିଠାରେ ଦୋକାନ ମଧ୍ୟକୁ ମାଡ଼ି ଯିବାରୁ ଉଭୟ ଦୋକାନର ସମ୍ମୁଖ ଭାଗ ଭାଙ୍ଗିଯାଇଛି। ବହୁ ଜିନିଷପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।

Share