ସ୍କୁଲରେ ଶୋଇ ପଡ଼ିଲେ ଶିକ୍ଷକ: ପିଲା ଚିତ୍କାର କରି ଠେଲିଲେ ପେଲିଲେ ବି ଉଠୁ ନାହାନ୍ତି

ଭୁବନେଶ୍ୱର,୨୩।୮: ନିଶାଶକ୍ତ ଅବସ୍ଥାରେ ସ୍କୁଲ ଆସିଲେ ଶିକ୍ଷକ । ପାଠ ପଢାଇବେ କଣ, ସିଧା ଶୋଇପଡ଼ିଲେ। ଛାତ୍ରୀଛାତ୍ର ଡାକିଡାକି ନୟାନ୍ତ। ହେଲେ ସାରଙ୍କ ନିଦ ଭାଙ୍ଗୁନି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ନୂଆଟିପିଲେଇ ପ୍ରାଥମିକ ବିଦ୍ୟାଳୟରେ । ଭାରପ୍ରାସ୍ତ ପ୍ରଧାନ ଶିକ୍ଷକ ସକାଳୁ ସ୍କୁଲ ଆସିଛନ୍ତି । ଆଉ ସ୍କୁଲକୁ ଆସି ଶ୍ରେଣୀରେ ଶୋଇପଡ଼ିଛନ୍ତି । ସେଠାରେ ପିଲାମାନେ ମଧ୍ୟ ଅଛନ୍ତି । ଆଉ ସାରଙ୍କୁ ଏତେ ମାତ୍ରାରେ ନିଦ ଯେ, ଯେତେ ପେଲିଲେ ଠେଲିଲେ ଦୋହଲେଇଲେ ବି ସାରଙ୍କ ନିଦ ଭାଙ୍ଗୁନି। ନିଶା ଏତେ ଯେ, ପିଲାମାନେ ଯେତେ ଚିତ୍କାର କଲେ ବି ସେ କିଛି ଜାଣିପାରୁ ନାହାନ୍ତି କି ତାଙ୍କ ନିଦ ଭାଙ୍ଗୁନି । ସକାଳ ଯାଇ ମଧ୍ୟାହ୍ନ ହେଲା ମଧ୍ୟ ନିଦ୍ରାରୁ ଉଠିନଥିଲେ ରବୀନ୍ଦ୍ରନାଥ । ସ୍କୁଲ ପିଲାଙ୍କ କହିବା କଥା ସାର ଅଧିକାଂଶ ସମୟରେ ଏମିତି ମଦ ପିଇ କ୍ଲାସକୁ ଆସୁଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା, ଏହି ସ୍କୁଲ ପାଇଁ ମାତ୍ର ଜଣେ ହିଁ ଶିକ୍ଷକ । ଆଉ ସେ ହେଉଛନ୍ତି ସେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାଙ୍କ ନାଁ ରବୀନ୍ଦ୍ରନାଥ ମୁର୍ମୁ ।

Share