ଗୁରୁ ଖୋଜୁଛନ୍ତି ତାପସୀ

ତାପସୀ ସିହ୍ନା ଏବେ ଗୁରୁ ଖୋଜିବାରେ ବ୍ୟସ୍ତ। କାରଣ ସେ ଏବେ ଫାଇଟିଂ ଶିଖିବାକୁ ମନ ବଳାଇଛନ୍ତି। ଏପରି କି ମାର୍ଶଲ ଆର୍ଟ ଶିଖିବା ପାଇଁ କୁଆଡେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଲେଣି। କରୋନା ମହାମାରୀ ପାଇଁ ଶୁଟିଂ ବନ୍ଦ ରହିବା ପରେ କେତେକ ଫିଲ୍ମର ଶୁଟିଂ ଇତି ମଧ୍ୟରେ ଆରମ୍ଭ ହୋଇଗଲାଣି। ଏ ବିଷୟରେ ତାପସୀ କହନ୍ତି, ‘କିଛି ସପ୍ତାହ ଭିତରେ ମୋର ନୂଆ ଫିଲ୍ମର ଶୁଟିଂ ଆରମ୍ଭ ହେବ। ପୁଣି ଅନୁଭବ ସିହ୍ନାଙ୍କ ଆଉ ଏକ ସିନେମାରେ ମୁଁ ଅଭିନୟ କରିବାକୁ ଯାଉଛି। ତେବେ ଇତି ମଧ୍ୟରେ ମୁଁ ଜଣେ ଗୁରୁ ସନ୍ଧାନରେ ଅଛି। କାରଣ ମୋତେ ସୀମିତ ସମୟ ଭିତରେ ଫାଇଟ୍‌ ସହ ମାର୍ଶଲ ଆର୍ଟ ଶିଖିବାକୁ ପଡ଼ିବ। ତେବେ ଏ ନେଇ ମୋତେ ସହଯୋଗର ହାତ ବଢ଼ାଇଛନ୍ତି ଅକ୍ଷୟ କୁମାର। ଗୋଟିଏ କଥା-ଅକ୍ଷୟଙ୍କ ଫାଇଟ୍‌ ଷ୍ଟାଇଲ ମୋତେ ଭାରି ଭଲ ଲାଗେ। ଭଲ ଗୁରୁ ମିଳିଗଲେ ଏହି କାମ ଆରମ୍ଭ କରିଦେବି। ଅବଶ୍ୟ ଏଥିପାଇଁ ମୋତେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଏ ନେଇ ନିଜକୁ ମୁଁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଛି।

Share