ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଶେୟାର କଲେ ଶିକ୍ଷୟିତ୍ରୀ, ଆଉ ତା’ ପରେ…

ମସ୍କୋ,୧୦ା୧୨: ରୁଷିଆର ଜଣେ ଶିକ୍ଷୟିତ୍ରୀଙ୍କ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥି ପାଇଁ ତାଙ୍କୁ ଚାକିରି ହରାଇବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣକ ଅଶ୍ଳୀଳ ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପ୍ରଥମେ ଶିକ୍ଷୟିତ୍ରୀ ଜଣକ ବେଡ୍‌ରୁମ୍‌ରେ ଡ୍ରେସ୍‌ ଖୋଲୁଥିବାର ଭିଡିଓରେ ଦେଖିବାକୁ ପାଇବେ। ଏହି ଶିକ୍ଷୟିତ୍ରୀ ଜଣକ ହେଲେ ୨୩ ବର୍ଷୀୟା ଭିକ୍ଟୋରିଆ କାଶୀରିନା। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଅଶ୍ଳୀଳ ଭିଡିଓ ଶେୟାର କରିଥିଲେ। ଏଥିରେ ଦେଖିବାକୁ ମିଳିଛି, ସେ ସ୍କୁଲରୁ ଫେରିବା ପରେ ପ୍ରଥମେ ନିଜର କୋଟ୍‌ ଖୋଲୁଛନ୍ତି। ଧୀରେ ଧୀରେ ସମସ୍ତ କପଡ଼ା ଖୋଲୁଛନ୍ତି। ଏଥିସହିତ ସେ ବହୁତ ଅଶ୍ଳୀଳ ପୋଜ୍‌ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି।

ଭିଡିଓ ଦେଖିବା ପରେ ଅଭିଭାବକମାନେ ମଧ୍ୟ ଲାଜେଇ ଯାଇଥିବା କହିଛନ୍ତି। ସେମାନେ ସ୍କୁଲ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି।

ଜଣେ ଛାତ୍ରୀଙ୍କ ମା’ କହିଛନ୍ତି, ଦୟାକରି ସୋସିଆଲ ମିଡିଆରେ ଏମିତି ଅଶ୍ଳୀଳ ଭିଡିଓ ପୋଷ୍ଟ କରନ୍ତୁ ନାହିଁ। ନଚେତ୍‌ ଆପଣ ଆପଣଙ୍କ ସୋସିଆଲ ମିଡିଆ ବନ୍ଦ କରିଦିଅନ୍ତୁ। ଆପଣଙ୍କୁ ଏଥିରୁ ଲୋକପ୍ରିୟତା ମିଳୁଛି, ମାତ୍ର ମୋ ଝିଅ ଉପରେ ଏହାର କୁପ୍ରଭାବ ପଡୁଛି। ସେହିପରି ଅନ୍ୟ ଜଣେ ଅଭିଭାବକ କହିଛନ୍ତି, ଆପଣଙ୍କୁ ଲାଜ ଲାଗୁନି। ଛାତ୍ରମାନେ ଆପଣଙ୍କଠୁ କ’ଣ ଶିକ୍ଷା କରିବେ। ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ଯଦି ଆପଣଙ୍କୁ ଏପରି ଅଶ୍ଳୀଳ ଭିଡିଓ କରିବାର ଅଛି, ତେବେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ ନାହିଁ। ନଚେତ୍‌ ସବୁ ପିଲାଙ୍କୁ ବ୍ଲକ କରି ଭିଡିଓ ପୋଷ୍ଟ କରନ୍ତୁ।

Share