ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଶିକ୍ଷକ

କେନ୍ଦୁଝର,୧୭ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲରେ ଜଣେ ୧୨ ବର୍ଷର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି।। ତାଙ୍କ ନାମ ଅନିଲ ମନ୍ତ୍ରୀ ବୋଲି ଜଣାପଡ଼ିଛି। ମଙ୍ଗଳବାର ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲା। ଅଭିଯୋଗ ମିଳିବା ପରେ କେସ୍‌ ନମ୍ବର ୬୬/୨୦୨୩ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଥାନା ଅଧିକାରୀ ଜୋନ କୁଜରୁ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୫ରେ କଂଗ୍ରେସ ଛାଡ଼ି ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଭାଜପାରେ ଯୋଗ ଦେଇଥିଲେ। ୨୦୨୩ରେ ଭଭୟ ବାପ-ପୁଅ ଭାଜପା ଛାଡ଼ି ଭାରତ ରାଷ୍ଟ୍ର ସମିତିରେ ସାମିଲ ହୋଇଥିଲେ। ଏବେ ପୁଣି ନିଜ ଦଳକୁ ଫେରିଥିବାରୁ ଦଳୀୟ କର୍ମୀମାନେ ଆନନ୍ଦ ପ୍ରକାଶ କରିଛନ୍ତି।

Share