କର୍ଲାମୁଣ୍ଡା,୨୯ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରିଂଜା ଗ୍ରାମର ଶିକ୍ଷକ ଜଗନ୍ନାଥ ବାଗ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ମ.ରାମପୁର ବ୍ଲକର ସାଗରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ତେବେ ମଙ୍ଗଳବାର ରାତିରେ ତାଙ୍କ ଶୋଇବା କୋଠରିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇବା ପରେ ପରିବାରବର୍ଗ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ, ରିଷିଡ଼ା ଫାଣ୍ଡିଧିକାରୀ କ୍ଷୀରସିନ୍ଧୁ ମାଝି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମ.ରାମପୁର ପଠାଇଥିଲେ। ଏନେଇ ମ.ରାମପୁର ଥାନାରେ କେସ୍ ନଂ ୬/୨୩ ରେ ଏକ ମାମଲା ରୁଜୁ ହୋଇଛି l ରିଷିଡ଼ା ଫାଣ୍ଡିଧିକାରୀ କ୍ଷୀରସିନ୍ଧୁ ମାଝିଙ୍କୁ ତଦନ୍ତ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ତେବେ ପାରିବାରିକ ଅଶାନ୍ତି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଛି।
ପ୍ରକାଶ ଥାଉକି, ଉକ୍ତ ଶିକ୍ଷକ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଆଜକୁ ୩ ବର୍ଷ ହେବ ଛାଡ଼ ମାମଲା ଚାଲିଥିବା ବେଳେ ସେ ତାଙ୍କ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ତାଙ୍କ ଦରମାରୁ ଦେଉଥିଲେ। ତାଙ୍କ ସ୍ତ୍ରୀ ସନ୍ତାନ ସହ ନିଜ ବାପଘରେ ରହୁଥିବା ଜଣାଯାଇଛି।