ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ଜେଲ୍‌ ଗଲେ ଶିକ୍ଷକ

ପଦ୍ମପୁର,୧୩ା୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଣେ ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଇ ଜେଲ୍‌ ଯାଇଛନ୍ତି ଜଣେ ଶିକ୍ଷକ।
ସୂଚନାଯୋଗ୍ୟ, ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଫଟୋ ଉଠାଇ ତାଙ୍କ ଶାଶୁଘରକୁ ପଠାଇ ବ୍ଲାକ୍‌ ମେଲିଂ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଶିକ୍ଷକଙ୍କୁ ସୋମବାର ସକାଳେ କୋର୍ଟ ଚାଲାଣ କରିଛି ନାୟକାଣିଡିହି ପୋଲିସ। ଏନେଇ ଥାନାରେ କେସ ନମ୍ବର ୭୪/୨୦ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଶିକ୍ଷକ ହେଲେ କିସ୍ମତକୃଷ୍ଣପୁର ଗ୍ରାମର ଚକ୍ରଧର ସେଠୀ।