ଶିକ୍ଷକଙ୍କ ଗ୍ରେଡେସନ ତାଲିକାରେ ତାଳ ମେଳ ରହୁନି

ନାଉଗାଁ,୨୬।୩(ସ୍ବ.ପ୍ର): ଶିକ୍ଷକମାନଙ୍କର ପଦୋନ୍ନତି ପାଇଁ ପ୍ରତିବର୍ଷ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କର ଗ୍ରେଡେଶନ ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ଗ୍ରେଡେଶନ ତାଲିକା ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇ ଶିକ୍ଷା ବିଭାଗକୁ ପ୍ରଦାନ କରାଯାଇଥାଏ। କିନ୍ତୁ ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ୩ ବର୍ଷର ଗ୍ରେଡେଶନ ତାଲିକାରେ କିଛି ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଲିମ ଯୋଗ୍ୟତାରେ ତାଳମେଳ ନ ଥିବା ଜନ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାଯାଇଛି। ସୂଚନା ଅନୁସାରେ, ଜନୈକ ସୂଚନା ଅଧିକାର କର୍ମୀ ଜନସୂଚନା ଆଇନ ବଳରେ ଜଗତ୍‌ସିଂହପୁର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ନାଉଗଁା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଶିକ୍ଷକଙ୍କ-୨୦୨୦, ୨୦୨୧ ଓ ୨୦୨୨ର ଗ୍ରେଡେଶନ ତାଲିକାର ତଥ୍ୟ ମାଗିଥିଲେ। ନାଉଗଁା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା-୪୫୦/୧୦ା୩ା୨୦୨୩ରେ ଜନସୂଚନା ଅଧିକାରୀଙ୍କ ପକ୍ଷରୁ ସମ୍ପୃକ୍ତ ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ଯୋଗାଇ ଦିଆଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ, ନାଉଗଁା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଶିକ୍ଷକଙ୍କ ଗ୍ରେଡେଶନ ତାଲିକା ୨୦୨୦ରେ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ଆଇଏ(ସିଟି) ରହିଥିବାବେଳେ ତାଲିକା ୨୦୨୧ରେ ଆଇଏ(ସିଟି) ଓ ତାଲିକା ୨୦୨୨ରେ ଯୁକ୍ତ ୩ କଳା(ସିଟି)ରହିଛି। ସେହିପରି ଶିକ୍ଷକ ଦିଲୀପ କୁମାର ମହାପାତ୍ରଙ୍କ ତାଲିକା ୨୦୨୦ରେ ଆଇଏ(ସିଟି) ରହିଥିବା ବେଳେ ୨୦୨୧ରେ ଆଇଏ(ସିଟି) ଓ ୨୦୨୨ରେ ଯୁକ୍ତ ୩ କଳା(ସିଟି) ଦର୍ଶାଯାଇଛି। ସେହିପରି ଶିକ୍ଷୟିତ୍ରୀ ରିନା ବେହେରାଙ୍କ ତାଲିକା ୨୦୨୦ରେ ଯୁକ୍ତ ୩ କଳା(ସିଟି) ରହିଥିବା ବେଳେ ୨୦୨୧ରେ ଯୁକ୍ତ୩ କଳା(ସିଟି) ଓ ୨୦୨୨ରେ ଯୁକ୍ତ ୩କଳା(ବିଇଡି), ଶିକ୍ଷୟିତ୍ରୀ ଖୁଲଣା ଦାସଙ୍କ ତାଲିକା ୨୦୨୦ରେ ଯୁକ୍ତ୨କଳା(ସିଟି) ରହିଥିବାବେଳେ ୨୦୨୧ରେ ଯୁକ୍ତ ୩ କଳା(ସିଟି) ଓ ୨୦୨୨ରେ ଯୁକ୍ତ ୩ କଳା(ସିଟି) ଉଲ୍ଲେଖ ରହିଛି। ଶିକ୍ଷୟିତ୍ରୀ ପ୍ରିୟତମା ସ୍ବାଇଁଙ୍କର ତାଲିକା ୨୦୨୦ରେ ମାଟ୍ରିକ୍‌(ସିଟି) ରହିଥିବା ବେଳେ ୨୦୨୧ରେ ମାଟ୍ରିକ୍‌(ସିଟି) ଓ ୨୦୨୨ରେ ଯୁକ୍ତ୨(ସିଟି)ଦର୍ଶାଯାଇଛି। କେବଳ ଏତିକି ଶିକ୍ଷୟିତ୍ରୀ ଓ ଶିକ୍ଷକ ନୁହନ୍ତି, ଏହି ଗ୍ରେଡେଶନ ତାଲିକାରେ ଏଭଳି ଆହୁରି ଅନେକଙ୍କ ଏପରି ହୋଇଥିବା ଜଣାଯାଇଛି। ଏହି ୩ ବର୍ଷର ତାଲିକାକୁ ଅନୁଧ୍ୟାନ କଲେ ଜଣାଯାଉଛି, ଉପରୋକ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ନିଯୁକ୍ତ ହେବା ପରେ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଉପରୋକ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ କେବେ ଓ କେଉଁବର୍ଷ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ଆବେଦନ କରିଥିଲେ। ଯଦି ଆବେଦନ କରିଥିଲେ, ଶିକ୍ଷା ବିଭାଗଠାରୁ ଅନୁମତି ନେଇ ଆବେଦନ କରିଛନ୍ତି କି ନାହିଁ, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରି ବହୁ ତଥ୍ୟ ସାମ୍‌ନାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରେ, ପ୍ରସଙ୍ଗକୁ ଏଡ଼ାଇବାକୁ ଯାଇ ଏ ବିଷୟରେ ମୁଁ ଜାଣିନାହିଁ। ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିଲେ କହି ପାରିବେ ବୋଲି କହିଥିଲେ। ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀ ମନୋରମା ରାଉତଙ୍କ ସହ ମୋବାଇଲ୍‌ ଫୋନ୍‌ ଯୋଗେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ମଣ୍ଡିକୁ ନେଇ ବିବାଦ: ଧାରଣା ଦେଲେ ଖେଳାଳି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri