୧୧ରେ ଆସିବ ‘କାଥୁଭାକୁଲା ରେଣ୍ଡୁ କାଧଲ’ର ଟିଜର୍‌

ନିର୍ଦ୍ଦେଶକ ଭିଗ୍ନେଶ ଶିବନ ସୋସିଆଲ ମିଡିଆରେ ନେଇ ନିଶ୍ଚିତ କରିଛନ୍ତି ଯେ, ତାଙ୍କର ଆଗାମୀ ଫିଲ୍ମ ‘କାଥୁଭାକୁଲା ରେଣ୍ଡୁ କାଧଲ’ କେବଳ ପ୍ରେକ୍ଷାଳୟରେ ଏପ୍ରିଲରେ ମୁକ୍ତିଲାଭ କରିବ। ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଫେବୃୟାରୀ ୧୧ରେ ଫିଲ୍ମର ଟିଜର୍‌ ୱେବକୁ ଆସିବ ବୋଲି ସେ ଘୋଷଣା କରିଛନ୍ତି। ‘କାଥୁଭାକୁଲା ରେଣ୍ଡୁ କାଧଲ’ ହେଉଛି ଏକ ରୋମାଣ୍ଟିକ୍‌ ତଥା କମେଡି ଫିଲ୍ମ , ଯେଉଁଥିରେ ମୁଖ୍ୟ ଭୂମିକାରେ ବିଜୟ ସେଥୁପାଠୀ, ସାମନ୍ତା ଏବଂ ନୟନଥାରା ଅଭିନୟ କରିଛନ୍ତି। ତେବେ ଫିଲ୍ମଟି ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା । କୋଭିଡ୍‌ ଯୋଗୁ ଫିଲ୍ମର ରିଲିଜ ଅନିିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଓଟିଟି ପ୍ଲାଟଫର୍ମରେ ଫିଲ୍ମଟି ପ୍ରିମିୟର୍‌ ହେବ ବୋଲି ଗୁଜବ ପ୍ରଚାର ହେଉଥିଲା।

 

Share