ଫିଲ୍ମ ‘ତଡପ’ର ଟିଜର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ଟିଜର ରିଲିଜ୍‌ ହୋଇଯାଇଛି । ତରଣ ଆଦର୍ଶ ଫିଲ୍ମର ଟିଜର ସେୟାର କରିବା ସହିତ ଲେଖିଛନ୍ତି ଯେ, ଆହାନ ଶେଟ୍ଟୀ ଏବଂ ତାରା ସୁତାରିଆଙ୍କ ଅଭିନୀତ ଫିଲ୍ମ ‘ତଡପ’ର ଟ୍ରେଲର ବୁଧବାର ରିଲିଜ୍‌ ହେବ ।
ଫିଲ୍ମଟି ୩ ଡିସେମ୍ବର ୨୦୨୧ରେ ରିଲିଜ୍‌ ହେବ ବୋଲି କୁହାଯାଇଛି। ତେବେ ର୍ନିମାତା ଏବେ ଏହାର ପ୍ରମୋସନ ଆରମ୍ଭ କରି ଦେଇଛନ୍ତି । ମିଲନ ଲୁଥ୍‌ରିଆ ଏହି ଫିଲ୍ମକୁ ନିର୍ଦ୍ଦେଶିତ କରିଛନ୍ତି।
ତେବେ ଏହାର ଟିଜର ଦେଖିବା ପରେ ଏହାର ଟ୍ରେଲର ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି।

Share