୨୮ ହଜାର ଲାଞ୍ଚ ନେଇ ଗିରଫ ହେଲେ ତହସିଲ କିରାଣି

ବଲାଙ୍ଗୀର ଅଫିସ,୧୧ା୧: ଜଣେ ବ୍ୟକ୍ତିଙ୍କ ଜମି ରେକର୍ଡ ଅଫ୍‌ ରାଇଟ୍‌ (ଆର୍‌ଓଆର୍‌) କରାଇ ଦେବାକୁ କହି ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲା ମୁରିବାହାଲ ତହସିଲ ଅଫିସର ବରିଷ୍ଠ କିରାଣି ତଥା ରେକର୍ଡ କିପର ଅସିତ୍‌ କୁମାର ଯୋଷୀ ସୋମବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ା ଲିମପଡା ଗ୍ରାମର ଥବିର ସାହୁ ଆର୍‌ଓଆର୍‌ ପାଇଁ ବାରମ୍ବାର ତହସିଲ ଅଫିସକୁ ଦୌଡୁଥିଲେ ା ଏହାକୁ କରାଇଦେଲେ ଟଙ୍କା ହେବାକୁ ପଡିବ ବୋଲି କିରାଣି ଯୋଷୀ କହିଥିଲେ ା ଏ ସମ୍ପର୍କରେ ସାହୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ା ଭିଜିଲାନ୍ସର ଯୋଜନା ଅନୁଯାୟୀ ସାହୁ ସୋମବାର ଅଫିସକୁ ଯାଇ ପ୍ରତିଶ୍ରୁତି ମୁତାବକ ଯୋଷୀଙ୍କୁ ୨୮ ହଜାର ଟଙ୍କା ଦେଇଥିଲେ । ସେତିକିବେଳେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଟଙ୍କା ଜବତ କରି ତାଙ୍କୁ ଗିରଫ କରିଥିଲା। ଏନେଇ ଭିଜିଲାନ୍ସ ବିଭାଗରେ ଏକ ମାମଲା(ନଂ.୭/୨୧) ରୁଜୁ ହୋଇଛି।

Share