ପୁରୁଷୋତ୍ତମପୁର,୨୮।୨(ଡି.ଏନ୍.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରାଜସ୍ବ ଫାଙ୍କି ବେଆଇନ ଭାବରେ ଇଟାଭାଟି କରି ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛନ୍ତି। ଏହାକୁ ନେଇ ୪୦ ଜଣ ଇଟାଭାଟି ମାଲିକଙ୍କୁ ଜରିମାନା ଧାର୍ଯ୍ୟ କରାଯାଇଛି। ମାତ୍ର ଏହାକୁ କିଛି ମାଲିକ ଖାତିର ନ କରି ରାଜସ୍ବ ଫାଙ୍କି ଲକ୍ଷଲକ୍ଷର ଇଟା ପକାଉଛନ୍ତି। ଏହାକୁ ନେଇ ରବିବାର ତହସିଲଦାର ନିତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁଙ୍କ ସମେତ ରାଜସ୍ବ ବିଭାଗୀୟ କର୍ମଚାରୀମାନେ ପାଣ୍ଡିଆ ନିକଟରେ ଥିବା ଏକ ଇଟାଭାଟିକୁ ଜେସିବି ଲଗାଇ ଭାଙ୍ଗିଛନ୍ତି। ଏହି ଅଭିଯାନ ଜାରି ରହିବ। ସମସ୍ତ ବେଆଇନ ଭାବେ ଗଢ଼ି ଉଠିଥିବା ଇଟାଭାଟିକୁ ଭଙ୍ଗା ଯିବ ବୋଲି ତହସିଲଦାର କହିଛନ୍ତି।