ରାୟଗଡ଼ା ଅଫିସ,୨୮।୩: ସାରା ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏନେଇ କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାୟଗଡା ଜିଲାରେ ମଧ୍ୟ ନିୟମ କଡ଼ାକଡ଼ି ହୋଇଛି। ଏହି ପରିପ୍ରେକ୍ଷୀରେ ରବିବାର ସକାଳୁ ତହସିଲ୍ଦାର ଉମା ଶଙ୍କର ବେହେରା, ଅତିରିକ୍ତ ତହସିଲ୍ଦାର ସୁନୀଲ ଖରା ଏବଂ ଟାଉନ ଥାନା ପୋଲିସ ମିଶି ସହରରେ ଥିବା ବିଭିନ୍ନ ମଲ, ବଜାର ବୁଲି ନିୟମ ମାନିବାକୁ ଲୋକଙ୍କୁ ବୁଝାଉଛନ୍ତି।