Advertisement
Categories: କନ୍ଧମାଳ

ପୁଣି ହ୍ରାସ ପାଇଲା ତାପମାତ୍ରା, ଦାରିଙ୍ଗବାଡିରେ ସର୍ବନିମ୍ନ ୭ ଡିଗ୍ରୀ

ଦାରିଙ୍ଗବାଡି,୧୪ା୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଶୀତ ଥରେଇଛି। ଗତ କିଛି ଦିନ ହେଲା ତାପମାତ୍ରା ୯ ଡିଗ୍ରୀରୁ ୧୨ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ରବିବାର ଏହା ହ୍ରାସ ପାଇ ୭ଡିଗ୍ରୀକୁ ଖସିଛି। ଫଳରେ ଅସମ୍ଭାଳ ଶୀତ ହେଉଥିବାରୁ ଲୋକ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ସନ୍ଧ୍ୟା ପରଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଥରଉଛି। ଚଳିତ ମାସର ଏହା ସବୁଠାରୁ କମ୍‌ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel