ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରୁ ତାପମାତ୍ରା ହ୍ରାସ ଘଟିଛି। ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ ସଂଗ୍ରହ କରାଯାଇଛି। ଏହା ପୂର୍ବରୁ ୧୫ ଡିଗ୍ରୀ ଉପରକୁ ତାପମାତ୍ରା ରହୁଥିଲା। ଏବେ ତାପମାତ୍ରା ହ୍ରାସ ଯୋଗୁ ଶୀତର ପ୍ରକୋପ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ନଭେମ୍ବର ଆସିଥିଲେ ସୁଦ୍ଧା ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଶୀତ ଆସିବା ବିଳମ୍ବକୁ ନେଇ ଚିନ୍ତା ବଢିବା ସହ ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକ ନିରାଶ ହେଉଛନ୍ତି।