ରାଜ୍ୟରେ ୪ ସହରର ତାପମାତ୍ରା ୪୩ ଡିଗ୍ରୀ ଟପିଲା

ଭୁବନେଶ୍ୱର,୬ା୪(ଅସମାପିକା ସାହୁ): ପ୍ରବଳ ତାତିରେ ସାରା ରାଜ୍ୟ ଜଳୁଥିବା ବେଳେ ୪ ସହରରେ ତାତି ଅସହ୍ୟ ହୋଇଛି। ଆଜି ଅନୁଗୋଳରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରୀ ଥିବା ବେଳେ ମାଲାକାନଗିରିରେ ୪୩.୨ ଡିଗ୍ରୀ, ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ଶୁକ୍ରବାର ତାପମାତ୍ରା ୪୩. ୨ ଡିଗ୍ରୀ ଥିବା ବେଳେ ଆଜି ସାମାନ୍ୟ କମିଛି। ଆଜି ରାଜଧାନୀରେ ତାପମାତ୍ରା ୩୯.୬ ଡିଗ୍ରୀ ଥିବା ବେଳେ କଟକରେ ୪୦.୧ ଡିଗ୍ରୀ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ଜଣାପଡ଼ିଛି।