ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ରାଜ୍ୟରେ ତାପମାତ୍ରା କମୁଥିବା ବେଳେ ବଢ଼ି ଚାଲିଛି ଶୀତ। ପ୍ରବଳ ଶୀତରେ ଥରୁଛି ରାଜ୍ୟ। ଏପରିକି ରାଜ୍ୟର ୧୨ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। କ୍ରମାଗତ ଭାବରେ ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ହେଉଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଦକ୍ଷିଣ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ୨.୭ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବାବେଳେ ଉପକୂଳ ଓଡ଼ିଶାରେ ୧ ଡିଗ୍ରୀ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨.୭ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି। ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବରେ ପରିଗଣିତ ହୋଇଛି।