ଭୁବନେଶ୍ୱର,୧୬ା୨(ବ୍ୟୁରୋ): ରାଜ୍ୟରେ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ବଢ଼ିବ। ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତାପମାତ୍ରା ବୃଦ୍ଧି ସହ ରାଜ୍ୟର କିଛି ଜିଲାରେ ପ୍ରବଳ କୁହୁଡ଼ି ଦେଖାଦେବ। ଗୁରୁବାର କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ, ଖୋର୍ଦ୍ଧା ଏବଂ ଢେଙ୍କାନାଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।
୧୮ ତାରିଖ ପରେ ପାଣିପାଗ ବଦଳି ପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।