ବର୍ଷକୁ ୧୦ଦିନ ଖୋଲାହୁଏ ମା’ ଦାଣ୍ଡୁମାରମ୍ମାଙ୍କ ମନ୍ଦିର

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା),୧୬ା୧୦: ଗଜପତି ଜିଲା ପାରଳାଖେମୁଣ୍ଡି ସହରଠାରେ ଏକ ଭିନ୍ନ ପରମ୍ପରାର ଦୁର୍ଗା ମନ୍ଦିର ରହିଛି। ଯେଉଁ ମନ୍ଦିରଟି ବର୍ଷକୁ କେବଳ ୧୦ଦିନ ଖୋଲାଯାଇ ମା’ଙ୍କୁ ପୂଜା କରାଯାଇଥାଏ । ଅନ୍ୟଦିନେ ଏହି ମନ୍ଦିରରେ ତାଲା ଝୁଲିଥାଏ। ଏହି ମନ୍ଦିର ହେଉଛି ମା’ ଦାଣ୍ଡୁମାରମ୍ମା ମନ୍ଦିର।
ପାରଳାଖେମୁଣ୍ଡି ସହରର ମୁଖ୍ୟ ଡାକ୍ତରଖାନାକୁ ଯିବା ବାମ ପାର୍ଶ୍ୱରେ ଏହି ମନ୍ଦିର ରହିଛି। ପାରଳାଖେମୁଣ୍ଡି ଗଜପତି ପରିବାରର ରାଜତ୍ୱ କାଳରେ ନିଜ ରାଜଧାନୀର ସୁରକ୍ଷା ପାଇଁ ସହରର ଉତ୍ତର ପୂର୍ବ କୋଣରେ ଏହି ମନ୍ଦିର ସ୍ଥାପନ କରାଯାଇଛି। ପାରଳା ରାଜ ପରିବାର ତରଫରୁ ନିର୍ମିତ ଏହି ମନ୍ଦିରରେ ମା’ ଦୁର୍ଗା ଦାଣ୍ଡୁମାରମ୍ମା ନାମରେ ପୂଜିତ ହୋଇ ଆସୁଛନ୍ତି । ଏହି ମନ୍ଦିର ନିର୍ମାଣ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ କେବଳ ମା’ ଦୁର୍ଗାଙ୍କ ନବରାତ୍ର ୯ ଦିନରେ ହିଁ ଖୋଲାଯାଇ ମା’ଙ୍କୁ ପୂଜା କରାଯାଇଥାଏ। ଦଶହରା ଦିନ ବିଳମ୍ବିତ ରାତିରେ ଏହି ମନ୍ଦିରକୁ ବନ୍ଦ କରି ଦିଆଯାଏ। ଚଳିତ ବର୍ଷ ରବିବାର ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ହୋମ ଯଜ୍ଞ କରି ମନ୍ଦିର ଖୋଲାଯାଇଛି ଏବଂ ଏହା ଆସନ୍ତା୨୩ତାରିଖ ବିଳମ୍ବିତ ରାତ୍ରରେ ବନ୍ଦ କରାଯିବ ବୋଲି ମନ୍ଦିର କମିଟି ସଭାପତି କହିଛନ୍ତି। ନବରାତ୍ରି ଆରମ୍ଭରେ ଶଙ୍ଖ, ହୁଳହୁଳି ଓ ବିଭିନ୍ନ ବାଦ୍ୟ ବଜାଇ ଏହି ମନ୍ଦିରର କବାଟ ଖୋଲାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଏ । ଏହି ୯ ଦିନ ଏଠାରେ ଅତ୍ୟନ୍ତ ଜାକଜମକରେ ମା’ଙ୍କ ପୂଜା କରାଯାଏ । ରାଜାଙ୍କ ସମୟରେ ବର୍ଷକୁ ଥରେ ମନ୍ଦିର ଖୋଲାଯାଇ ପୂଜା କରାଯାଇ ଅଷ୍ଟମୀ ଦିନ ବଳି ଦେବା ପ୍ରଥା ମଧ୍ୟ ରହିଥିଲା। ପୁଣି ଶେଷ ଦିନରେ ଅନ୍ୟ ଏକ ପଶୁକୁ ବଳି ଦେଇ ମନ୍ଦିରକୁ ବନ୍ଦ କରାଯାଉଥିଲା। କାଳକ୍ରମେ ବଳି ପ୍ରଥା ବନ୍ଦ ହୋଇଯାଇଛି। ମନ୍ଦିର ନିକଟରେ ଥିବା ଦଣ୍ଡୁମାଲାସାହି ବାସିନ୍ଦାଙ୍କ ଦ୍ବାରା ଏହି ମନ୍ଦିର ବର୍ତ୍ତମାନ ପରିଚାଳନା ହେଉଛି। ପାରଳା ସହରର ଜନସାଧାରଣଙ୍କ ସହାୟତାରେ ଏହି ମନ୍ଦିରଠାରେ ନବରାତ୍ର ପାଳନ ଓ ପୂଜାର୍ଚ୍ଚନା ଚାଲୁ ରହିଛି । ଦାଣ୍ଡୁମାଲାସାହିର ବାସିନ୍ଦାମାନେ ମା’ଙ୍କୁ ନବରାତ୍ର ୯ ଦିନ ପର୍ଯ୍ୟନ୍ତ ନିଜ ଘରୁ ଖିରି, ଖେଚୁଡି ଏବଂ ନିରାମିଷ ପ୍ରସାଦ ଆଦି ତିଆରି କରି ଭୋଗ ଲଗାଇଥାନ୍ତି। ଏହି ମନ୍ଦିରରେ ମା’ଙ୍କ ପ୍ରତିମୂର୍ତ୍ତି ପଛରେ ଏକ ସାପବିଳା ରହିଛି । ଏଥିରେ ବହୁ ପୁରାତନ କାଳରୁ ଏକମାତ୍ର ନାଗସାପ ରହିଥିବା ବିଶ୍ୱାସ ରହିଛି। ଏହି ସାପଟି ମା’ଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ଯେଉଁ ସାପଟିର ଦର୍ଶନ ପାଇଁ ସହରର ଚାରିପଟୁ ଭକ୍ତଙ୍କ ଗହଳି ଜମିଥାଏ। ମନ୍ଦିର ବନ୍ଦ ହେବା ପରେ ଏହି ନାଗସାପଟି ମନ୍ଦିରରେ ମା’ଙ୍କୁ ପୂଜା କରିବା ସହ ସେଠାରେ ଜଗି ରହି ଆସୁଥିବା ଗାଥା ରହିଛି । ମା’ ଦାଣ୍ଡୁମାରମ୍ମାଙ୍କୁ ଦର୍ଶନ କରିଲେ ସର୍ବ ମଙ୍ଗଳ ପ୍ରାପ୍ତି ହେବା ସହ ଦୁରାରୋଗ୍ୟ ଓ ସମସ୍ତ କ୍ଳେଶ ଦୂର ହୁଏ ଏବଂ ମାନସିକ ପୂରଣ ହୋଇଥାଏ। ତେଣୁ ଏହି ମନ୍ଦିରକୁ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ନବରାତ୍ରରେ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri