ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ପୂର୍ବ ପରି ରହିବ କୋଭିଡ୍‌ କଟକଣା

ସମ୍ବଲପୁର,୯।୩(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଛି ମା’ ସମଲେଶ୍ବରୀଙ୍କ ମନ୍ଦିର । କୋଭିଡ୍‌ ଯୋଗୁଁ ବହୁ ଦିନ ଧରି ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା। ତେବେ ବର୍ତ୍ତମାନ ଜିଲା ପ୍ରଶାସନ ଓ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ମନ୍ଦିରର ସମ୍ମୁଖ ଦ୍ବାର ଭକ୍ତ ମାନଙ୍କ ପାଇଁ ଖୋଲାଯାଇଛି । ତେବେ ପୂର୍ବ ପରି କୋଭିଡ୍‌ କଟକଣା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏ ଓ ଅପରାହ୍ନ ୧ ଟାରୁ ସା ୭ ଟା ୩୦ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ। ଏ ନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି।ମନ୍ଦିରର ସମ୍ମୁଖ ଦ୍ବାର-୧ ଦେଇ ଭକ୍ତମାନେ ପ୍ରବେଶ କରି ସମ୍ମୁଖ ଦ୍ବାର -୨ ଦେଇ ପ୍ରସ୍ଥାନ କରି ପାରିବେ। ତେବେ ପୂର୍ବ ପରି କୋଭିଡ୍‌ କଟକଣା ବାଧ୍ୟତାମୂଳକ କରାଯାଇଛି।

 

Share