ମା’ ତାରାତାରିଣୀଙ୍କୁ ବି ଛାଡ଼ିଲେନି ଚୋର: କବାଟ ଭାଙ୍ଗି ଟଙ୍କା-ଅଳଙ୍କାର ଲୁଟିନେଲେ

ପୁରୁଷୋତ୍ତମପୁର,୬।୧୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମୁଖ୍ୟ ଗେଟର କବାଟକୁ କେହି ଦୁର୍ବୃତ୍ତ କାଟି ଭାଙ୍ଗି ମନ୍ଦିର ଭିତରେ ପଶି ମା’ଙ୍କ ରୁପାର କିରଟି, ମୂଖା, ଛତ୍ରୀ ଚୋରାଇ ନେବା ସହ ହୁଣ୍ଡିକୁ ଭାଙ୍ଗି ସେଥି ମଧ୍ୟରେ ଥିବା ଭକ୍ତଙ୍କ ଲକ୍ଷାଧିକ ଦାନ ଟଙ୍କାକୁ ଲୁଟି ନେଇଯାଇଛନ୍ତି। ବୁଧବର ଭୋରରୁ ମା’ଙ୍କ ସେବାଲାଗି ଆସିଥିବା ସେବାୟତ ଦେଖି ଅନ୍ୟ ସେବାୟତମାନଙ୍କୁ ଜଣାଇଥିଲେ। ଏହାର ଖବରପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା,ଏସଡିପିଓ ରଜନିକାନ୍ତ ସାମଲ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

Share