୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା। ଏହି ଅନ୍ଧାର ମଧ୍ୟରେ ଭକ୍ତମାନେ ଯାତାୟାତ କରିଥିଲେ। ବ୍ୟାକ୍‌ଅପ୍‌ କାମ କରି ନ ଥିଲା। ମିନି ଇନ୍‌ଭର୍ଟରରେ କିଛି ଅଞ୍ଚଳ ଆଲୋକିତ ରହିଥିଲା। ପାଓ୍ବାର ଟ୍ରିପ୍‌ ଯୋଗୁ ଏପରି ସମସ୍ୟା ହୋଇଥିଲା ବୋଲି ମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।

Share