Categories: ଜାତୀୟ

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା ବା ଶୁଦ୍ଧତା ରହିଛି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବ ଜଗନମୋହନ ସରକାର ତିରୁପତି ମନ୍ଦିରର ଲଡୁ ପ୍ରସାଦରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ କହିଥିଲେ, ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳର ନେତାମାନେ ତିରୁମାଲାର ପବିତ୍ରତାକୁ ଅପବିତ୍ର କରିଛନ୍ତି।

ସେହିପରି ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ମଧ୍ୟ ଲଡୁର ଶୁଦ୍ଧତା ଉପରେ ପ୍ରଶ୍ନ ଉଠାଇଥିଲେ। ତିରୁପତି ବାଲାଜୀଙ୍କ ପ୍ରସାଦରେ ପଶୁ ଚର୍ବି (ମାଛ ତେଲ, ଘୁଷୁରି ଚର୍ବି ଏବଂ ଗୋମାଂସ ଚର୍ବି) ମିଶ୍ରିତ ହୋଇଥିବାରୁ ଆମେ ସମସ୍ତେ ବ୍ୟଥିତ। ତତ୍କାଳୀନ ଓ୍ବାଇସିପି ସରକାର ଟିଟିଡି ଦ୍ୱାରା ଗଠିତ ବୋର୍ଡ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା ମନ୍ଦିରର ଅପମାନ ଏବଂ ଅନ୍ୟାନ୍ୟ ଧାର୍ମିକ ପ୍ରଥା ସହିତ ଜଡ଼ିତ ଅନେକ ପ୍ରସଙ୍ଗକୁ ବରଦାସ୍ତ କରିବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଭାରତରେ ମନ୍ଦିର ସହ ଜଡ଼ିତ ସମସ୍ତ ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ଜାତୀୟ ସ୍ତରରେ ଏକ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ କରିବାର ସମୟ ଆସିଛି ଏବଂ ଏହା ରହିବା ମଧ୍ୟ ଉଚିତ। ଜାତୀୟ ସ୍ତରରେ ଏହା ଉପରେ ନିଜ ନିଜ ଅଞ୍ଚଳର ଅନ୍ୟ ସମସ୍ତ ଲୋକ ବିତର୍କ କରନ୍ତୁ ଏବଂ ମୁଁ ଭାବୁଛି ଯେ କୌଣସି ରୂପରେ ‘ସନାତନ ଧର୍ମ’କୁ ଅପମାନ ବନ୍ଦ କରିବା ପାଇଁ ଆମେ ସମସ୍ତେ ଏକାଠି ହେବା ଉଚିତ।

ଟିଡିପି ମୁଖପାତ୍ର ଅନାମ ଭେଙ୍କଟରମଣ ରେଡ୍ଡୀ ଦାବି କରିଥିଲେ ଯେ, ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଦ୍ୱାରା ଦିଆଯାଇଥିବା ଘିଅର ନମୁନା ଗୁଜରାଟସ୍ଥିତ ପ୍ରାଣୀ ସମ୍ପଦ ଲାବୋରେଟୋରୀ ଦ୍ୱାରା ଅପମିଶ୍ରଣ ଚିହ୍ନଟ ହୋଇଛି। ଯେଉଁଥିରେ ଦିଆଯାଇଥିବା ଘିଅ ନମୁନାରେ ପଶୁ ଚର୍ବି, ଘୁଷୁରି ଚର୍ବି ଏବଂ ମାଛ ତେଲ ଥିବା ମଧ୍ୟ ଦାବି କରାଯାଇଥିଲା। ଏହି ନମୁନା ୯ ଜୁଲାଇ ୨୦୨୪ରେ ସଂଗ୍ରହ କରାଯାଇଥିବା ଲ୍ୟାବ ରିପୋର୍ଟ ଜୁଲାଇ ୧୬ ରହିଥିଲା।

ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବି ଥିବା ତେଲ ବ୍ୟବହାର କରାଯିବା ପରେ ଆନ୍ଧ୍ରପ୍ରଦେଶରେ ଏକ ଅଶାନ୍ତି ଦେଖାଦେଇଛି। ଏହି ଅପରାଧ ପାଇଁ ଏଠାରେ ଟିଡିପି ଏବଂ ଭାଜପା ଲଗାତର ଜଗନ୍ ମୋହନ ରେଡ୍ଡୀ ସରକାର ଉପରେ ଆକ୍ରମଣ କରୁଛନ୍ତି। ବିବାଦ ବଢ଼ିବା ପରେ ପ୍ରସାଦ ଭାବରେ ଲଡୁ ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

Share