ବନ୍ଦ ହେବ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର: କରୋନା ଲକ୍ଷଣ ଥିବା ଲୋକଙ୍କୁ ପଠାଯିବ କେୟାର ସେଣ୍ଟର

ଛତ୍ରପୁର,୨୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂର୍ବରୁ ଚାଲୁରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ବନ୍ଦ କରାଯିବ। ଯେଉଁମାନଙ୍କଠାରେ କୋଭିଡ୍‌ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ କୋଭିଡ୍‌ କେୟାର ସେଣ୍ଟରରେ ଆଡ୍‌ମିଶନ କରି ଚିକିତ୍ସା କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କର ଜ୍ବର, କାଶ ଇତ୍ୟାଦି ଲକ୍ଷଣ ଦେଖା ଦେବ ସେମାନେ ତୁରନ୍ତ ଗ୍ରାମାଞ୍ଚଳରେ ରହିଥିବା କୋଭିଡ୍‌ କେୟାର ସେଣ୍ଟରକୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ହେବା ଜରୁରୀ। କୋଭିଡ୍‌ କେୟାର ସେଣ୍ଟରରେ ସମସ୍ତ ସୁବିଧା କରିବା ସହିତ ସେହିଠାରେ ଅଯଥା ଭିଡ଼କୁ ରୋକିବା ପାଇଁ ୧୪୪ ଧାରା ଜାରି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Share