ଗଞ୍ଜାମ ଜିଲାପାଳଙ୍କୁ ଭେଟିଲେ ଅସ୍ଥାୟୀ କର୍ମଚାରୀ

ଛତ୍ରପୁର,୨୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ଅସ୍ଥାୟୀ କର୍ମଚାରୀ (ଡିଏଲ୍‌ଆର ଓ ସିଏଲ୍‌ଆର) ଦୀର୍ଘ ୧୮ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଆସୁଛନ୍ତି। ଦରମା ବନ୍ଦ ସହ ଠିକା ଶ୍ରମିକ ଭାବେ କାମ କରିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଆସିଥିବା ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଉଛି। ଏଥିସହ ଗତ ୨ ମାସ ହେଲା ଦରମା ବନ୍ଦ କରାଯାଇଛି। ଏହାସତ୍ତ୍ୱେ ମଧ୍ୟ କାର୍ଯ୍ୟ ପ୍ରତି ଆମ୍ଭେ ଅବହେଳା କରିନାହୁଁ ବୋଲି ଏମାନଙ୍କ ପକ୍ଷରୁ କୁହାଯାଇଛି। ଏଣୁ ଦରମା ଦେବାକୁ ଉକ୍ତ ଅସ୍ଥାୟୀ କର୍ମଚାରୀମାନେ ସୋମବାର ଛତ୍ରପୁର ଆସି ଜିଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି।

Share