Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ବଢିଲା ଅଷ୍ଟ୍ରେଲିଆର ଟେନ୍‌ସନ୍‌

ସିଡନୀ,୨୮।୮: ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଟେନସନ ବୃଦ୍ଧି ପାଇଛି। ଆହତ କାରଣରୁ ଦଳର ଭେଟେରାନ ଗ୍ଲେନ ମ୍ୟାକ୍ସୱେଲଙ୍କୁ ଦଳରୁ ବାଦ ଦିଆଯାଇଛି। ୩୦ ଅଗଷ୍ଟରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ମ୍ୟାକ୍ସୱେଲ ଟି-୨୦ ସିରିଜରେ ଖେଳିବାକୁ ସମର୍ଥ ହେବେ ନାହିଁ। ଆଇସିସି ଅନୁଯାୟୀ ମ୍ୟାକ୍ସୱେଲଙ୍କ ଗୋଡରେ ଆଘାତ ଲାଗିଛି। ବିଶ୍ୱକପ ପୂର୍ବରୁ ମ୍ୟାକ୍ସୱେଲଙ୍କ ଆଘାତ ଅଷ୍ଟ୍ରେଲିଆ ପାଇଁ ଏକ ବଡ଼ ସମସ୍ୟା।
ଅଷ୍ଟ୍ରେଲିଆ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଏଠାରେ ୫ଟି ଦିନିକିଆ ଏବଂ ୩ ଟି-୨୦ ମ୍ୟାଚ ଖେଳାଯିବ। ମ୍ୟାକ୍ସୱେଲ ଟି-୨୦ ସିରିଜ ପାଇଁ ଡର୍ବାନରେ ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ଆହତ ହୋଇଥିଲେ। ଆଇସିସି ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ ମ୍ୟାକ୍ସୱେଲଙ୍କ ଗୋଡରେ ଆଘାତ ଲାଗିଛି। ଆଘାତ ଯୋଗୁ ସେ ଅଷ୍ଟ୍ରେଲିଆ ଫେରିଛନ୍ତି।
ମ୍ୟାକ୍ସୱେଲଙ୍କ ଆଘାତକୁ ନେଇ ଅଷ୍ଟ୍ରେଲୀୟ ଦଳର ଚୟନକର୍ତ୍ତା ଟନି ଡୋଡେମଡ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡୋଡେମଡ କହିଛନ୍ତି ଯେ, ଦଳ ମ୍ୟାକ୍ସୱେଲଙ୍କ ବିଷୟରେ କୌଣସି ପ୍ରକାରର ବିପଦ ନେବାକୁ ଚାହୁଁନାହାଁନ୍ତି। ମ୍ୟାକ୍ସୱେଲଙ୍କ ସୁସ୍ଥ ଉପରେ ଧ୍ୟାନ ଦେବୁ। ଆଶା କରୁଛି ସେ ବିଶ୍ୱକପ ପୂର୍ବରୁ ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଉପଲବ୍ଧ ହେବେ।

Share