ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ସୂଚନା ଅନୁଯାୟୀ, କୋଭିଡ୍ କଟକଣା ତଦାରଖ ପାଇଁ ତହସିଲଦାର ଇନ୍ଦିରା ସାହୁ ଗାଁକୁ ଯାଇଥିଲେ। ସେଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ରାସ୍ତାରେ ଟେଣ୍ଟ ବନ୍ଧା ଯାଇଥିବା ସେ ଦେଖିବାକୁ ପାଇଥିଲେ। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ତହସିଲଦାର ସାହୁ ପୋଲିସ ସହାୟତାରେ ଉକ୍ତ ଟେଣ୍ଟକୁ ଭାଙ୍ଗି ଦେଇଥିଲେ।