ଖାର୍କିଭରେ ଥମୁନି ବିସ୍ଫୋରଣ, ଲୁଚି ରହିବାକୁ ସାଧାରଣ ନାଗରିକଙ୍କୁ ପରାମର୍ଶ

କ୍ୱିଭ୍‌,୫ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ୟୁକ୍ରେନ୍ ଏବେ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ଯାଉଛି । ଗୋଟିଏ ପଟେ ରୁଷିଆର ଦାଦାଗିରି ତ ଅନ୍ୟପଟେ ୟୁକ୍ରେନର ଜିଦ୍ ବେଳକୁ ବେଳ ସ୍ଥିତିକୁ ଅଣାୟତ୍ତ କରିବାରେ ଲାଗିଛି । ରୁଷିଆ ପକ୍ଷରୁ ମିଶାଇଲ ଆକ୍ରମଣ କରାଯାଉଥିବା ବେଳେ ଏହାର କଡା ଜବାବ ୟୁକ୍ରେନ୍ ସେନା ଦେଉଥିବା ଦେଶ ଦାବି କରିଛି । ୟୁକ୍ରେନର ରାଜଧାନୀ କ୍ୱିଭ୍ ଓ ଖାର୍କିଭରେ ବିସ୍ଫୋରଣର ଶବ୍ଦ ଯେମିତି ଥମିବାର ନାଁ ନେଉନି । ସହରର ଆଲର୍ମ ଲଗାତାର ବାଜୁଥିବା ବେଳେ ସାଧାରଣ ଜନତାଙ୍କୁ ଲୁଚି ରହିବାକୁ ପରାମର୍ଶ ଦିଆଯାଉଛି । ଏହାରି ଭିତରେ କିନ୍ତୁ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଥିବା ବେଳେ ଅନେକ ଧନଜୀବନ କ୍ଷୟକ୍ଷତି ହେଲାଣି । ଏପଟେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଭିଡିଓ ଜାରି କରି ରୁଷିଆ ଟ୍ୟାଙ୍କକୁ ଉଡାଇ ଦେଇଥିବା ଦାବି କରିଛି । ଆଣ୍ଟି ଟ୍ୟାଙ୍କ ମିଶାଇଲ ସିଷ୍ଟମ ଦ୍ୱାରା ରୁଷିଆ ଟ୍ୟାଙ୍କକୁ ଉଡାଇ ଦିଆଯାଇଥିବା କୁହାଯାଉଛି ।

Share